କଶ୍ରୁପଡାଠାରେ ଭାରତୀୟ ଯବାନ ଡୋଳାମଣି ସାଙ୍କ ଶହୀଦ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେସିଙ୍ଗା ବ୍ଲକ ଅନ୍ତର୍ଗତ କଶ୍ରୁପଡା ମାର୍କେଟ କମ୍ପ୍ଲେକ୍ସରେ ସ୍ଥାପିତ ଗ୍ରାମର ଶହୀଦ ଯବାନ ଡୋଳାମଣି ସାଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ତାଙ୍କର ବଳିଦାନ ଦିବସ ପାଳିତ ହୋଇଯାଇଛି। ୧୯୯୭ ଜୁଲାଇ ୧ ତାରିଖରେ ଭାରତୀୟ ସେନାରେ କାର୍ଯ୍ୟରତ ଅବସ୍ଥାରେ ସିପାହୀ ଶ୍ରୀ ସା ବୀରଗତି ପ୍ରାପ୍ତ ହୋଇଥିଲେ। ଏ ଅବସରରେ ସ୍ଥାନୀୟ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ଏନସିସି ଶିକ୍ଷକ ତିରମ ସୁନାନୀଙ୍କ ତତତ୍ୱାବଧାନରେ ଜଳ ଓ ଆକାଶ ବାହିନୀର କେଡେଟ ମାନେ ଅଂଶଗ୍ରହଣ କରିଥିଲେ। ଶହୀଦଙ୍କ ପରିବାର ଓ ସ୍ଥାନୀୟ ଉଦ୍ୟୋକ୍ତାଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ଅରୁଣା ନାଗ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ, ପୂର୍ବତନ ଶିକ୍ଷକ ଚୈତନ୍ୟ ଭୋଇ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସ୍ବର୍ଗତ ଯବାନଙ୍କ ଭାଇ ବିଭୁତି ସା, ବୈବସୁତ ସା, ମିନକେତନ ସା, ଚନ୍ଦ୍ରଶେଖର ସା, ପୁତୁରା ଅରୂପ ସା, ପୂର୍ବତନ ସରପଞ୍ଚ ଦିଲ୍ଲୀପ ସାହୁ, ବିଜୟ ଭୋଇ, ମାନସ ରଞ୍ଜନ ରଥ, କିଶୋର ଘିଭେଲା, ପପୁ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ସଞ୍ଜୟ ଭୋଇ, ନରେଶ ଭୋଇ, ଟୁଟୁ ଷଡ଼ଙ୍ଗୀ, କୁନା ଷଡ଼ଙ୍ଗୀ, ପ୍ରଶାନ୍ତ ଭୋଇ, ସାମ୍ବାଦିକ ବିବେକାନନ୍ଦ ଦାଶ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶିକ୍ଷକ ଗୋବିନ୍ଦ ବ୍ରହ୍ମା କାର୍ଯ୍ୟକ୍ରମ ସଂଯୋଜନା ସହିତ ଶହୀଦଙ୍କ ସ୍ମୃତିଚାରଣ କରି ଛାତ୍ରଛାତ୍ରୀ ମାନଙ୍କୁ ଦେଶସେବା ସକାଶେ ନିଜକୁ ଗଠନ କରିବା ପାଇଁ ଉଦବୋଧନ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ସୁଶ୍ରୀସ୍ମିତା ପ୍ରଧାନ ଓ ପ୍ରିୟଙ୍କା ବିଶି ନିର୍ବାହ କରିଥିଲେ। ଶେଷରେ ମିଷ୍ଟାନ୍ନ ବଣ୍ଟନ ସହିତ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.