ନିହତ ଦୁଇ ମାଓବାଦୀଙ୍କ ପରିଚୟ ସ୍ପଷ୍ଟ କଲେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର; ମାଓବାଦୀଙ୍କୁ ଆତ୍ମ ସମର୍ପଣ କରିବାକୁ ଦେଲେ ଆହ୍ୱାନ 

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଂଚଳ ପୁଶୁଙ୍ଗିଆ ଜଙ୍ଗଲରେ କନ୍ଧମାଳ ପୋଲିସର କୁମ୍ବିଂ ଅପେରସନରେ ନିହତ ଦୁଇ ମାଓବାଦୀଙ୍କ ପରିଚୟ ସ୍ପଷ୍ଟ କରିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର। ଫୁଲବାଣୀ ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଦକ୍ଷିଣାଞ୍ଚଳ ଆଇଜି ଦୁଇ ନିହତ ମାଓବାଦୀଙ୍କ ଘର ଛତିଶଗଡ଼ ରାଜ୍ୟ ବିଜେପୁର ଜିଲ୍ଲାରେ ବୋଲି କହିଛନ୍ତି। ଜଣକ ନାମ ମଙ୍କୁ ଏବଂ ଅନ୍ୟ ଜଣକ ନାମ ଚନ୍ଦନ, ଉଭୟ କେକେବିଏନ ମାଓବାଦୀ ସଂଘଠନରେ କାମ କରୁଥିଲେ। ମଙ୍କୁ ଏରିଆ କମିଟି ମେମ୍ବର ଏବଂ ଚନ୍ଦନ ପାର୍ଟୀ ମେମ୍ବର ଥିଲେ। ବାଲିଗୁଡ଼ା ଥାନା ପୁଶୁଙ୍ଗିଆ ଜଙ୍ଗଲରେ ମାଓବାଦୀ ମାନଙ୍କ ଗୀତିବିଧି ଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା, ସେହି ଖବର ଅନୁସାରେ ଗତ ଶନିବାର ଦିନ କନ୍ଧମାଳ ଜିଲ୍ଲା ପୋଲିସର ଡିଏଭି ଟିମ ମିଳିତ ଭାବେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ। ରବିବାର ଦିନ ପ୍ରାୟ ୧୨ ଟା ସମୟରେ ଜଙ୍ଗଲରେ କୁମ୍ବିଂ ଟିମ ସହିତ ମାଓବାଦୀଙ୍କ ମୁହାଁମୁହିଁ ହୋଇଥିଲା ଏବଂ ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟ ବନ୍ଦ ହେବା ପରେ ଜଙ୍ଗଲରେ ସର୍ଚ୍ଚ ଅପେରସନ ବେଳେ ଉଭୟଙ୍କ ମୃତ ଦେହ ମିଳିବା ସହିତ ଗୋଟିଏ ୩୦୩ ବନ୍ଧୁକ, ରିବଲଭର, ଜୀବନ୍ତ ଗୁଳି, ଛୁରୀ ଏବଂ ଅନ୍ୟ କିଛି ମାଓ ସାମଗ୍ରୀ ମିଳିଥିଲା। ଏବେ ମଧ୍ୟ ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନ ଚାଲିଛି ଏବଂ ୩୧ ମାର୍ଚ୍ଚ ୨୦୨୬ ପୂର୍ବରୁ କନ୍ଧମାଳ ମାଓବାଦୀ ମୁକ୍ତ ଜିଲ୍ଲା ହେବ ବୋଲି ଆଇଜି କହିଛନ୍ତି। ତେଣୁ ମାଓବାଦୀ ମାନେ ହିଂସାର ପଥ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପୋଲିସ ପାଖରେ ଆତ୍ମ ସମର୍ପଣ କରିବାକୁ ଆଇଜି ଆହ୍ୱାନ ଦେଇଛନ୍ତି। କନ୍ଧମାଳ ଏସପି ହରିଶ ବି. ସି କହିଛନ୍ତି, ଜିଲ୍ଲାରେ ବିଜିଏନ ଏବଂ କେକେବିଏନ ଦୁଇଟି ମାଓବାଦୀ ସଂଘଠନର ପ୍ରାୟ ୬୦/୭୦ ଜଣ ସଦସ୍ୟ ରହିଛନ୍ତି। ମାଓବାଦୀ ଏବଂ ନକ୍ସଲ ମାନେ ଆତ୍ମ ସମର୍ପଣ କରିବା ପାଇଁ ଆମେ ଗାଁ ଗାଁ ରେ ସଚେତନ ଏବଂ ପୋଷ୍ଟର ଲଗାଉଛୁ, ତେଣୁ ମାଓବାଦୀ ମାନେ ଜଙ୍ଗଲ ଛାଡ଼ି ଆତ୍ମ ସମର୍ପଣ କରନ୍ତୁ। ସେମାନଙ୍କ ପାଇଁ ପୋଲିସର ଦ୍ୱାର ସବୁବେଳେ ଖୋଲା ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.