କନ୍ଧମାଳ ଓଏଏସ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ସୋମବାର କିଛି ଶାସକ ଦଳର ନେତା ବି ଏମ ସି କାର୍ଯ୍ୟାଳୟ ଭିତରେ ପଶି ସହକାରୀ କମିଶନର ରତ୍ନାକର ସାହୂ ଙ୍କୁ ଚେୟାର ରୁ ଘୋଷାଡି ଆଣି ସର୍ବସମ୍ମୁଖରେ ମାଡ଼ ମାରିବା ଘଟଣା କୁ କନ୍ଧମାଳ ଓ ଏ ଏସ ସଙ୍ଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଏଥୂସହ କାର୍ଯ୍ୟରତ ଅଫିସର ଙ୍କ ସୁରକ୍ଷା ଦାବୀ କରି ମଙ୍ଗଳବାର ବାର ଠାରୁ କାର୍ଯ୍ୟ ବନ୍ଦ କରି କଳା ବ୍ୟାଚ ପିନ୍ଧିବା ସହ ଆନ୍ଦୋଳନ କୁ ଓହ୍ଲାଇଛନ୍ତି । ଏ ନେଇ ଏକ ସ୍ମାରକ ପତ୍ର ସଙ୍ଘ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଚନ୍ଦ୍ର ଜେନ ଙ୍କ ନେତୃତ୍ବରେ ଜିଲ୍ଲାପାଳ ଆଶ୍ରିତ ଋତୁରାଜ ଙ୍କୁ ଭେଟି ପ୍ରଦାନ କରିଥିଲେ I ଏ ନେଇ ମଙ୍ଗଳବାର ସଙ୍ଘ ସଭାପତି ରମେଶ ଜେନା ଙ୍କ ସଭାପତିତ୍ୱ ରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ସଭାରେ ଜିଲ୍ଲାର ସମସ୍ତ ଓ ଏ ଏସ ଅଫିସର୍ ଯୋଗ ଦେଇ ଏହି ଘଟଣାର ତିବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ନିନ୍ଦା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କୁଶଳ ଚନ୍ଦ୍ର ନାୟକ, ସଙ୍ଘ ଉପ ସଭାପତି ତଥା ଜିଲ୍ଲା ଉନ୍ନୟନ ଅଧୂକାରୀ ଶମ୍ଭୁ ନାଥ ନନ୍ଦୀ, ସମ୍ପାଦକ ତଥା ଉପଜିଲ୍ଲାପାଳ ପାଳ ଭିକାରୀ ସାହୂ, ଫୁଲବାଣୀ ବିଡ଼ିଓ ସୌମ୍ୟ ରଂଜନ ପାତ୍ର, ଚକାପାଦ ବିଡ଼ିଓ, କୋଟଗଡ ବିଡ଼ିଓ ଶୁଭ କାନ୍ତ ନାୟକ, ଫିରିଙ୍ଗିଆ ବିଡ଼ିଓ ଅନୁପ ଅଭିଷେକ ବେହେରାଙ୍କ ସମେତ ସମସ୍ତ ତହସିଲଦାର ଓ ବିଡ଼ିଓ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.