ଓଡ଼ିଆ ବାର୍ତ୍ତା/ ମୁନିଗୁଡ଼ା (ପଦ୍ମନ ଭତ୍ରା): ରୋଟାରୀ କ୍ଳବ ମୁନିଗୁଡା ରୋୟଲ ବନ ମହୋତ୍ସବ ଓ ଡାକ୍ତର ଦିବସ ପାଳିନ କରିଛି | ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁନିଗୁଡା ବନ ବିଭାଗର ସମସ୍ତ କର୍ମଚାରୀ; ରୋନିତ ମହାରଣା, ଫରେଷ୍ଟର ପ୍ରମୋଦିନି ମାଣ୍ଡାଙ୍ଗି, ସୁଧୀର କୁମାର ବାରିକ, ଅହଲ୍ୟା ପାତ୍ର, ସୂର୍ଦର୍ଶନା ବିଶ୍ୱାଳ ଯୋଗ ଦେଇଥିଲେ | ଡାକ୍ତର ଦିବସରେ ମୁନିଗୁଡା ସରକାରୀ ମେଡିକାଲର ଭାରପ୍ରାପ୍ତ ଡାକ୍ତର ଆଶିଷ ପଣ୍ଡା, ଡାକ୍ତର ଅନୀଲ କୁମାର, ସପନ କୁମାର ଯାଲି, ମନୋବିକା ନାୟକ, ଜି. ଅଲେଖ୍ୟ, ହେମପ୍ରଭା ମହାନ୍ତି ଓ ବିଷମ କଟକ ଡାକ୍ତର ପ୍ରତିଉସା, ମନୋହର, ହେବର୍ଣା ସିପକା, ସିଏ ଭବାନୀ ମହାପାତ୍ରଙ୍କୁ ଉତ୍ତରୀୟ ସହିତ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରଯାଇଥିଲା | ଏଇ ଦୁଇ କାର୍ଯ୍ୟକ୍ରମକୁ ରୋଟାରୀ କ୍ଳବ ର ସଭାପତି ରୋଟାରିଆନ ନରେଶ କୁମାର ପାତ୍ର, ସଂପାଦକ ରୋଟାରିଆନ ବି.ଆନନ୍ଦ ରାଓଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ କରାଯାଇଥିଲା | କାର୍ଯ୍ୟକ୍ରମକୁ ସୁଦୃଢ ନିମନ୍ତେ ରୋଟାରିଆନ ପ୍ରବୀନ ସିପକା, ରୋଟାରିଆନ ରମେଶ ରାଜୁ, ରୋଟାରିଆନ କେ. ଶ୍ରୀନିବାସ, ରୋଟାରିଆନ ଭି. ପ୍ରବୀନ କୁମାର, ରୋଟାରିଆନ ସନ୍ତୋଷ କୁମାର ଚୌଧୁରୀ, ରୋଟାରିଆନ ଯାମି.ପବନ କୁମାର୍ ,ରୋଟାରିଆନ ସୁଦାମ ଚରଣ ପଣ୍ଡାଙ୍କ ଉପସ୍ଥିତିରେ ପରିଚାଳନା କରାଯାଇଥିଲା |