ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଗୋରା ପୁଞ୍ଜିଙ୍କ ଧର୍ମପତ୍ନୀ ବାଳ ପୁଞ୍ଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତିି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ବୁଧବାର ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗ୍ରାମ ଜନସାଧାରଣ ଓ ପାଖ ଅଞ୍ଚଳର ବ୍ୟକ୍ତି ବିଶେଷ ଯୋଗଦେଇ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଗ୍ରାମର ଶ୍ମଶାନକୁ ନିଆଯାଇଥିଲା। ତାଙ୍କର ତିନି ଝିଅ ଉପସ୍ଥିତ ରହି ଥିବା ବେଳେ ଶ୍ମଶାନରେ ମଧ୍ୟମ ପୁତ୍ର ସିଦ୍ଧେଶ୍ୱର ପୁଞ୍ଜି ଓ ସାନ ପୁତ୍ର ଧନେଶ୍ଵର ପୁଞ୍ଜି ମୁଖାଗ୍ନି ଦେଇଥିଲେ। ସେ ଜଣେ ପରୋପକାରୀ ତଥା ଧର୍ମପରାୟଣ ମହିଳା ଥିଲେ ତାଙ୍କ ବିୟୋଗ ରେ ସ୍ଥାନିୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।