ବିଘ୍ନେଶ୍ୱର ହାଇସ୍କୁଲ ଘଣ୍ଟମାଳରେ ବନ ମହୋତ୍ସବ-୨୦୨୫ ପାଳିତ

ସମ୍ବର୍ଦ୍ଧିତ ହେଲେ ବିଜ୍ଞାନ ଶିକ୍ଷକ ପ୍ରକୃତି ବନ୍ଧୁ ବସନ୍ତ ସାମନ୍ତରାୟ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ବିଘ୍ନେଶ୍ୱର ହାଇସ୍କୁଲରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଭବାନୀପାଟଣା ଉତ୍ତର ବନଖଣ୍ଡ ଅଧିନସ୍ଥ ଶାନ୍ତପୁର ରେଞ୍ଜର ଘଣ୍ଟମାଳ ବିଘ୍ନେଶ୍ୱର ହାଇସ୍କୁଲ ଫାଇବ୍-ଟି ଅଧିନସ୍ଥ ହୋଇ ନବ କଳେବର ପାଇବା ପରେ ବାସ୍ତବିକ ଏହା ସୁଦୃଶ୍ୟ ହୋଇ ଉଠିଛି । ଏଥିପାଇଁ ବିଦ୍ୟାଳୟର ଶିକ୍ଷକ ମାନଙ୍କ ପ୍ରୟାସ ଜାରି ରହୁଥିବା ବେଳେ ଏହି ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବସନ୍ତ କୁମାର ସାମନ୍ତରାୟ ଚଳିତ ବର୍ଷ ୨୦୨୫ ରେ ପ୍ରକୃତି ବନ୍ଧୁ ଭାବରେ ଜିଲ୍ଲା ସ୍ତରରେ ସମ୍ମାନୀତ ହୋଇଛନ୍ତି ।

Omkar Vasthu
Omkar Vasthu

ପରିବେଶ ସୁରକ୍ଷା, ଜଙ୍ଗଲ ସୃଷ୍ଟି, ବୃକ୍ଷରୋପଣ କରିବା ପାଇଁ ଜନ ଜାଗରଣ ସୃଷ୍ଟି ନିମନ୍ତେ ବନ ବିଭାଗ ନେତୃତ୍ୱରେ ଚାରିଆଡେ ବନ ମହୋତ୍ସବ ପାଳିତ ହେଉଥିବା ବେଳେ ବୁଧବାର ଶାନ୍ତପୁର ଫରେଷ୍ଟର କିଶୋରଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଘଣ୍ଟମାଳ ବିଘ୍ନେଶ୍ୱର ହାଇସ୍କୁଲରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ଲଳିତ ସାହୁଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna

ଫରେଷ୍ଟର କିଶୋର ସାହୁ, ଜ୍ୟୋତ୍ସ୍ନା ରାଣୀ ବେହେରା, ଭୀଷ୍ମ ଶବର ପ୍ରମୁଖ ଉପସ୍ଥିତ ଛାତ୍ରଛାତ୍ରୀ, ଜନସାଧାରଣ ଓ ଅଭିଭାବକ ମାନଙ୍କୁ ବୃକ୍ଷ ହିଁ ଜୀବନ, ପରିବେଶ ସୁସ୍ଥ ରହିଲେ ଆମେ ବଞ୍ଚିବା, ଜଙ୍ଗଲ ବଢିଲେ ସୁବୃଷ୍ଟି ହେବ । ବର୍ଷା ହେଲେ ଚାଷ ଭଲ ହେବ । ଏଣୁ ଆମେ ସମସ୍ତେ ଜଣେ ଜଣେ ଗୋଟାଏ ଲେଖାଏଁ ବୃକ୍ଷ ରୋପଣ କରିବା, ଜଙ୍ଗଲ ନଷ୍ଟ କରିବା ନାହିଁ । ଜଙ୍ଗଲ ନଷ୍ଟ କରୁଥିବା ବ୍ୟକ୍ତି ମାନଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ ଅନୁରୋଧ କରିବା । ଓ ଏଥିପାଇଁ ଆମେ ସମସ୍ତେ ସଂକଳ୍ପ ନେବା ବୋଲି ତାଙ୍କ ବକ୍ତବ୍ୟରେ କହି ସଚେତନତା ସୃଷ୍ଟି କରିଥିଲେ ।

Udyog Nursery
Udyogi Nursery

ଇତ୍ୟବସରରେ ବୃକ୍ଷ ରୋପଣ କରି ପରିବେଶ ସୃଷ୍ଟିରେ ସହାୟକ ହୋଇ ଜିଲ୍ଲା ସ୍ତରରେ ଚଳିତ ବର୍ଷ ୨୦୨୫ ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିବା ବସନ୍ତ ସାମନ୍ତରାୟଙ୍କୁ ମଞ୍ଚରେ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ଉତ୍ତର ବନଖଣ୍ଡର ଅଧିକାରୀ ବୃନ୍ଦ । ପ୍ରକୃତି ଯୋଗୁଁ ଆମେ ବଞ୍ଚୁଛେ । ଗଛ ବଞ୍ଚିଲେ ଆମେ ବଞ୍ଚିବା। ଏଣୁ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା, ବର୍ଷା ଜଳକୁ ସଞ୍ଚୟ କରିବା,ଶକ୍ତି ସଞ୍ଚୟ କରି ମାନବ ସମାଜ ପାଇଁ ଆମେ ଉଦାହରଣ ସାଜିବା ବୋଲି ବିଜ୍ଞାନ ଶିକ୍ଷକ ପ୍ରକୃତି ବନ୍ଧୁ ଶ୍ରୀ ସାମନ୍ତରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ।

ଏହାପରେ ବନ ବିଭାଗର ଅଧିକାରୀ ବୃନ୍ଦ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ବନ କର୍ମଚାରୀ ସୁବାସ ଚନ୍ଦ୍ର ନାଏକ, ଉମେଶ ଚନ୍ଦ୍ର ଗଉଡ, ସୁନୀଲ ରଣା, ବିଦ୍ୟାଳୟର ସହକାରୀ ଶିକ୍ଷକ ତରୁଣ କୁମାର ନାଏକ, ଧରଣୀଧର ପଧାନ, ଶତୃଘ୍ନ ସେଠୀ, ପବିତ୍ର ପଧାନ ଓ ଶିକ୍ଷୟତ୍ରୀ ସ୍ମୃତିମୟୀ ଠାକୁର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶାନ୍ତପୁର ଫରେଷ୍ଟର ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.