ଧର୍ମଗଡ଼ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ଼ ସ୍ଥିତ ମହିଳା ଡିଗ୍ରୀ ମହାବଦ୍ୟାଳୟଠାରେ ଏନଏସଏସ ତରଫରୁ ଆଜି ବନ ମହୋତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ମୂର୍ତ୍ତି ମଞ୍ଜୁରୀ ପଣ୍ଡାଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଧମର୍ଗଡ ବନ ବିଭାଗ ଉପ ଅଧିକାରୀ ସୁରେନ୍ଦ୍ର ବେହେରା ଯୋଗ ଦେଇ ବୃକ୍ଷର ମାହାତ୍ମ୍ୟ ବର୍ଣ୍ଣନା କରିଥିଲେ। ସଭାରେ ବନପାଳ ଝୁନୁମାଲା ସାହୁ ଏବଂ ସୀମା ଧଙ୍ଗଡାମାଝୀ, ହାୟର ସେକେଣ୍ଡରୀ ସ୍କୁଲର ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ, ଅଧ୍ୟାପକ ବଙ୍କିମ ମୁଣ୍ଡ ଓ ସଞ୍ଜୀବ ମୁଣ୍ଡ, ଅଧ୍ୟାପିକା ଜୟନ୍ତୀ କୁମାରୀ ମୁଦୁଲି, ଅଧ୍ୟାପକ ସରୋଜ ମେହେର, ପଦ୍ମାଳୟା ଦଣ୍ଡସେନା, ସୁଜାତା ମାହାନ୍ତି, ଅର୍ଚ୍ଚନା ଗୁଛି, ଝରଣା ପ୍ରଧାନ, ସନ୍ଧ୍ୟା ବାରିକ, ଲୁସି ଗଉଡ, କୁମୁଦିନୀ ନାଏକ, ଲକ୍ଷପତି ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ବୃକ୍ଷ ହିଁ ଆମର ପରମ ମିତ୍ର, ବୃକ୍ଷ ହିଁ ଆମର ଜୀବନ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ।ପରେ ପରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରା ଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.