କୁଶୁର୍ଲା ଗାଁ କଲ୍ୟାଣ ସମିତି ଗଠନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ଯୁବକ ସଂଘ ପ୍ରାଙ୍ଗଣରେ ନୂତନ ଗାଁ କଲ୍ୟାଣ ସମିତୀ ଗଠନ କରାଯାଇଛି। ଅଙ୍ଗନାୱାଡି କର୍ମୀ ମମତା ସାହୁଙ୍କ ନେତୃତ୍ୱରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀଯୁକ୍ତ ନେରୁତ ଜାନୀ  ସଭାପତିତ୍ୱରେ କରିଥିଲେ। ସଭାପତି ଭାବରେ ୱାର୍ଡ ମେମ୍ବର ଶ୍ରୀମତୀ ରଶ୍ମିତା ସାହୁ, ସମ୍ପାଦକ ଭାବେ ଆଶାକର୍ମୀ ଶ୍ରୀମତୀ ସଂଯୁକ୍ତା ଭୋଇ, ସଭ୍ୟ ଭାବେ ଶ୍ରୀଯୁକ୍ତ ଅନିରୁଦ୍ଧ ସାହୁ, ଶ୍ରୀଯୁକ୍ତ ନେରୁତ ଜାନୀ, ଶ୍ରୀଯୁକ୍ତ ଡମ୍ୱରୁଧର ସାହୁ, ଶ୍ରୀଯୁକ୍ତ ସନ୍ତୋଷ ସାହୁ, ଜାତୀୟ ଯୁବ ସ୍ବେଛାସେବୀ ଶ୍ରୀ ସନତ କୁମାର ସାହୁ ସମେତ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠି ସଭ୍ୟ, ଯୁବ ଅନୁଷ୍ଠାନର କର୍ମକର୍ତ୍ତା, ୱାର୍ଡ ସଭ୍ୟ, ଅବସରପ୍ରାପ୍ତ ଶିକ୍ଷକ, ଆଶାକର୍ମୀ ଓ ସ୍ବେଛାସେବୀ ମାନଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ଗ୍ରାମର ସ୍ୱଚ୍ଛତା, ରୋଗ ନିୟନ୍ତ୍ରଣ ବୃକ୍ଷ ରୋପଣ, ପରିବାର ନିୟୋଜନ, ଶିଶୁ ସୁରକ୍ଷା ପରି ଗ୍ରାମର ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଏହି କମିଟି ଗଠନ କରାଯାଇଛି କହି ଆଶାକର୍ମୀ ଲୋକମାନଙ୍କୁ ବୁଝାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.