ଓଡ଼ିଆ ବାର୍ତ୍ତା/ ବେଲପଡ଼ା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳର ଜଣେ ନାବାଳିକା କୁ ଗତ ୨୮ତାରିଖ ଦିନ ବାନ୍ଧନପାଳି ଗାଁର ଯୋଗେନ୍ଦ୍ର କୁଅଁର ନାମ ଙ୍କ ଜଣେ ଯୁବକ ସେହି ଅଞ୍ଚଳରେ ଥିବା ଜଣେ ନାବାଳିକା କୁ ନେଇ ଫେରାର ହୋଇଥିଲା । ତେବେ ଏହି ଘଟଣା ପରେ ନାବାଳିକା ଙ୍କ ପରିବାର ବର୍ଗ ଖୋଜାଖିଜି କରିବା ପରେ କଣ୍ଟାବାଞ୍ଜି ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ । ମାମଲା ରୁଜୁ କରି କଣ୍ଟାବାଞ୍ଜି ପୁଲିସ ତଦନ୍ତ ଆରମ୍ଭ କରିବା ସହ ଉକ୍ତ ଯୁବକ କୁ ଖୋଜିବାରେ ଲାଗିଥିଲା । ଏକ ସ୍ୱତନ୍ତ୍ର ଟିମ ଏଥିରେ ସାମିଲ ରହି ଆଜି ଟିଟିଲାଗଡ଼ ରୁ ସେହି ଯୁବକ ଓ ନାବାଳିକା ଙ୍କୁ ଉଦ୍ଧାର କରିଛି ପୁଲିସ । ତେବେ ପରିବାର ବର୍ଗ ଙ୍କ ଅଭିଯୋଗ କୁ ଭିତ୍ତି କରି ପୁଲିସ ଉକ୍ତ ନାବାଳିକାକୁ ଉଦ୍ଧାର କରିବା ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛି । ଅନ୍ୟ ପଟେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ରେ ଯୋଗେନ୍ଦ୍ର କୁଅଁରକୁ ଗିରଫ କରି ପୋସ୍କୋ କୋର୍ଟ ବଲାଙ୍ଗୀର କୁ ଚାଲାଣ କରିଛି ।