ଓଡ଼ିଆ ବାର୍ତ୍ତା/ ବେଲପଡ଼ା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ କଣ୍ଟାବାଞ୍ଜି ତାଲୁକ ଲିଗଲ ଏଡ୍ ସାରଭିସ୍ ଓ ବନ ବିଭାଗ କଣ୍ଟାବାଞ୍ଜି ତରଫରୁ ବୃକ୍ଷରୋପଣ ଓ ବନ ମହୋତ୍ସବ ନୂତନ ସିଭିଲ କୋର୍ଟ ପରିସରରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ସିଭିଲ କୋର୍ଟ ଜର୍ଜ ସୋରୋଜିନୀ ସାହୁ , ଜେ.ମ.ଏଫ.ସି. ରାହୁଲ କୁମାର ଜେନା, କୋର୍ଟ ଷ୍ଟାଫ୍, ତଥା ବନ ବିଭାଗ କର୍ମଚାରୀ ଙ୍କ ଉପସ୍ଥିତି ରେ ମୁଖ୍ୟ ଅତିଥି କଣ୍ଟାବାଞ୍ଜି ତାଲୁକ ଲିଗଲ ଏଡ ସାରଭିସ୍ ର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜର୍ଜ କଣ୍ଟାବାଞ୍ଜି ମାନ୍ୟବର ରାଜେଶ କୁମାର ନାୟର୍ ଙ୍କ ଦ୍ବାରା ନୂତନ କୋର୍ଟ ପରିସରରେ ଗଛ ରୋପଣ କରାଯାଇଛି । କଣ୍ଟାବାଞ୍ଜି ସିଭିଲ କୋର୍ଟ ଷ୍ଟାଫ୍ ବିଶ୍ବରଂଜନ ପୃଷେଟ, କାର୍ତ୍ତିକ ଲୁହା, ଗୌତମ କୁମାର ଜେନା, ମୃତ୍ୟୁଞ୍ଜୟ ସେଠୀ, ଅଭିଜିତ ମିଶ୍ର ସବିତ ମହାପାତ୍ର, ଦୀପକ ପୁଷ୍ପାଳକ, ରାଜେଶ କୁମାର, ବିଭୂତି ଭୂଷଣ ମଲ୍ଲିକ, ଫାମିନ୍ଦ୍ର ଧାରୁଆ, ହରିବନ୍ଧୁ ଜାଲ, ବ୍ରଜ ବିହାରୀ ମିର୍ଦ୍ଧା ଓ କଣ୍ଟାବାଞ୍ଜି ବନ ବିଭାଗ କର୍ମଚାରୀ ଏହି ବନ ମହୋତ୍ସବରେ ଉପସ୍ଥିତ ଥିଲେ ।