ମୁଖିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୭୭ ତମ ବନ ମହୋତ୍ସବ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଓ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ କଳାହାଣ୍ଡି ଶାଖା ତରଫରୁ ମୁଖିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଅଛି ବନମହୋତ୍ସବ।

ଏହି ପରିପ୍ରେକ୍ଷୀରେ ମୁଖିଗୁଡା ଉଚ୍ଚ ବିଦ୍ୟାଳୟ ସମେତ ମୁଖିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ପାଇକ କେନ୍ଦୁମୁଣ୍ଡି ଉନ୍ନିତ ଉଚ୍ଚ ବିଦ୍ୟାଳୟ, କରଞ୍ଜିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କପୁରମାଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଙ୍ଗଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଥମ ଦିନ ୨୫୦ ଚାରା ଗଛ ରୋପଣ କରାଯାଇ ବୃକ୍ଷର ଆବଶ୍ୟକତା, ପରିବେଷ ଓ ଜୀବନ ପାଇଁ କେତେ ଆବଶ୍ୟକ ତାହା ସମସ୍ତ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।

ଏହି ଅବସରରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରମୋଦ ଠାକୁର ଯୋଗଦେଇ ଉଦଘାଟନ କରି ଚାରା ଗଛ ରୋପଣ କରିଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ସଂଘର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଗୋଷ୍ଠୀ ସଂଯୋଜକ ସୁରେନ୍ଦ୍ର ମୋହନ ଯୋଶୀ, ଉପସଭାପତି ସଞ୍ଜୟ ପଣ୍ଡା, ଉପସଭାନେତ୍ରୀ ରଶ୍ମିତା ପ୍ରାଥମିକ ଶିକ୍ଷା ସଙ୍ଘ ସମ୍ପାଦକ ଲଲିତ କୁମାର ନାଏକ, ବେହେରା, ଉପଦେଷ୍ଟା ପ୍ରଫୁଲ୍ଲ ବେହେରା, ସଭ୍ୟ କ୍ଷମା ସାଗର ରାଉତ, ସହ ସମ୍ପାଦକ ମାନସ ରଂଜନ ପଣ୍ଡା, ଦେବେନ୍ଦ୍ର ରାଉତ, ଗୋୖରାଙ୍ଗ ରାଉତ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିଲେ।

ମୁଖିଗୁଡା ସରପଞ୍ଚ ଜୟନ୍ତୀ ମହାଳିକ, ପାଇକ କେନ୍ଦୁମୁଣ୍ଡି ସରପଞ୍ଚ ଗୀତାଞ୍ଜଳି ପଣ୍ଡା, ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୋମେନ୍ଦ୍ର ସାମନ୍ତ ସିଂହାର, ପ୍ରଧାନ ଶିକ୍ଷୟତ୍ରୀ ମିନତି ବେହେରା, ପ୍ରଧାନ ଶିକ୍ଷକ ଉଦ୍ଧବ ବାଗ, ପ୍ରମୁଖ ସହଯୋଗ କରିଥିଲେ।

ଶୁକ୍ରବାର ଠାରୁ ୧୨ ଗୋଟି କ୍ଳଷ୍ଟରର ଦୁଇ ଟି ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଂଘ ତରଫରୁ ସୁଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.