ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ଲଗାଣ ବର୍ଷାରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ହାତୀମୁଣ୍ଡା ଗ୍ରାମରେ ତିନୋଟି ଘରର କାନ୍ଥ ପଡିଯାଇଥିବା ଦେଖିବାକୁ ମିଳିଛି । ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ବିଧବା କଥକୋଟା କୁମାରୀଙ୍କ ଝାଟି ମାଟି କାନ୍ଥ ବର୍ଷାରେ ଭିଜି ଯାଇ ଥିବାରୁ ଭୁଷୁଡ଼ି ପଡି ଯାଇଛି । ସେହିପରି ହିକକା ସାଧୁ ଓ ହିକାକା ନୀଳିମାଙ୍କ ଘର ମଧ୍ୟ ବର୍ଷାରେ ଭାଙ୍ଗି ଯାଇଛି । ଉକ୍ତ ଖବର ପଞ୍ଚାୟତ ନିର୍ବାହି ଅଧିକାରୀ, ସରପଞ୍ଚ, ରାଜସ୍ବ ନିରୀକ୍ଷକଙ୍କୁ ଅବଗତ କରିଥିଲେ । ବର୍ତ୍ତମାନ ପଞ୍ଚାୟତ ନିର୍ବାହି ଅଧିକାରୀ,ରାଜସ୍ବ ନିରୀକ୍ଷକ ହାତୀମୁଣ୍ଡା ଗ୍ରାମରେ ପହଞ୍ଚି ତିନି ପରିବାରକୁ ପଲିଥିନ ପ୍ରଦାନ କରି ତଦନ୍ତ ରିପୋର୍ଟକୁ ସରକାରଙ୍କୁ ପଠାଇବେ । ସେଠାରୁ ଯାହା ନିର୍ଦ୍ଧେଶ ଆସିବ ତାହା ଯୋଗାଇଦିଆଯିବ ବୋଲି କହିଛନ୍ତି ।