ସାଂସଦ ପ୍ରତିନିଧିଙ୍କ ବଦାନ୍ୟତା

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା) : ଚାରି ଦିନର ଲଗାଣ ବର୍ଷାରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ହାଡ଼ିଗୁଡା ପାଞ୍ଚୟତ ଘୁଗୁପୁଟ ଗ୍ରାମର କତେ ମାଝୀଙ୍କ ଘର ଭାଙ୍ଗିନଷ୍ଟ ହୋଇଯାଇଛି | ଏହି ଖବର ଶୁଣି କୋରାପୁଟ ଲୋକସଭା ସାଂସଦଙ୍କ କାଶୀପୁର ବ୍ଲକ ପ୍ରତିନିଧି ଶ୍ରୀ ସାନ୍ଧୁଚରଣ ମାଝୀଙ୍କ ନେତୃତ୍ୱରେ ଏକ ଟିମ ବୃଦ୍ଧା ମହିଳାଙ୍କ ନିକଟରେ ପହଁଞ୍ଚି ଲୁଗା, ପଲିଥିନ, ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ | ଏହି ସମୟରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ମୋହନ ନାଏକ, ଅନୁସୂଚିତ ଜାତି ସେଲର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ରାଜେନ୍ଦ୍ର ଦୁରିଆ, କୁଚେଇ ପଦର ପାଞ୍ଚୟତର ନାଏବ ସରପଞ୍ଚ ହଳଧର ନାଏକ, ପୁଲୁ ମାଝୀ, ରାଜୀବ ମାଝୀ, ରଘୁନାଥ ନାଏକ ସମତେ ପଞ୍ଚାୟତର ବହୁ ଦଳୀୟ କର୍ମୀଙ୍କ ସହ ଗ୍ରାମର ବହୁ ମହିଳା ପୁରୁଷ ଉପସ୍ଥିତ ରହିଥିଲେ | ଏହି ଭଳି କାର୍ଯ୍ୟକୁ ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.