କଲମା ବ୍ୟାରେଜ ଯୋଗୁଁ  ଓଡିଶାରେ ଭୀଷଣ  ବନ୍ୟା  ଆଶଙ୍କା; ଛତିଶଗଡ଼ ସହ ସମନ୍ୱୟ ରଖି ହୀରାକୁଦରୁ ଜଳ ନିଷ୍କାସନ ପାଇଁ ସମାଜବାଦୀ ପାର୍ଟିର ଦାବି  

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର:  ଛତିଶଗଡ ସରକାରଙ୍କ ମହାନଦୀ ଜଳ ବିବାଦକୁ ନେଇ ଓଡିଶା ସହ ଥିବା ସମସ୍ୟା ଯୋଗୁ ଚଳିତ ବର୍ଷ ରାଜ୍ୟରେ ସୃଷ୍ଟି ହୋଇପାରେ ଭୀଷଣ ବନ୍ୟା I ଚଳିତବର୍ଷ ଉପରମୁଣ୍ଡରେ ବର୍ଷା ଏବଂ ଛତିଶଗଡ଼ର କଲମା ବ୍ୟାରେଜ ଜଳ ଛାଡ଼ିବା ଯୋଗୁଁ  ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି ଯାହା ଖୁବ ଶୀଘ୍ର ନିଷ୍କାସନ କରିବାକୁ ନଦୀବନ୍ଦ କର୍ତୃପକ୍ଷ ନିଷ୍ପତି ନେଇଛନ୍ତି ଯାହା ଓଡିଶରେ ଭୀଷଣ ବନ୍ୟା ଆଶଙ୍କା ସୃଷ୍ଟି କରିଛି I ସୂଚନା ଅନୁଯାଇ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ହୀରାକୁଦର ଜଳସ୍ତର ୬୦୬.୦୨ ଫୁଟ୍ ଥିଲା  ଅନ୍ୟପକ୍ଷରେ  ଛତିଶଗଡ ସରକାର କଲମା ବ୍ୟାରେଜ୍‌ରେ ୬୬ଟି ଗେଟ୍‌ ମଧ୍ୟରୁ ୫୪ଟି ଗେଟ୍ ଖୋଲି ଦେଇଛନ୍ତି I ଉପରମୁଣ୍ଡରେ ବର୍ଷାର ପରିମାଣ ବଢୁଥିବାରୁ ଛତିଶଗଡ଼ ବନ୍ୟାଜଳ ଛାଡୁଛି।

ଛତିଶଗଡ଼ କେତେବେଳେ କଳମାର ଗେଟ୍ ଖୋଲି ପାଣି ଛାଡ଼ିଥାଏ ତ ଆଉ କେତେବେଳେ ବନ୍ଦ କରିଦିଏ, ସେନେଇ ଓଡ଼ିଶା ସରକାର ଙ୍କୁ କୌଣସି ସୂଚନା ଦିଆଯାଏନାହିଁ।  ଅଣ ମୌସୁମୀ ସମୟରେ ଗେଟ ବନ୍ଦ କରି ନିଜ ରାଜ୍ୟର ଶିଳ୍ପକୁ ପାଣି ଦେଇ  ମହାନଦୀକୁ ପାଣି ଛାଡ଼ୁନି ପୁଣି ମୌସୁମୀ ସମୟରେ ଓଡିଶା ସରକାରଙ୍କ ବିନା ପରାମର୍ଶରେ ମାତ୍ରାଧିକ ପାଣି  ଛାଡୁଚି ଯାହା ଫଳରେ ଅଚାନକ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି  ହେବାର ଆଶଙ୍କା ଦେଖାଦେଇଛି। ଓଡ଼ିଶା ଓ ଛତିଶଗଡ଼ରେ ବିଜେପିର ଡବଲ ଇଂଜିନ ସରକାର ରହିଥ‌ିବାରୁ ଉଭୟ ରାଜ୍ୟ ସମନ୍ବୟ ରକ୍ଷା କରି ବନ୍ୟା ଜଳ ପରିଚାଳନା କରିବା ପାଇଁ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ପକ୍ଷରୁ ଦାବି ହୋଇଛି। ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ  ଏକ ପ୍ରେସ ବିବୃର୍ତିରେ କହିଛନ୍ତି, ଚଳିତବର୍ଷ ଶଘ୍ର ବର୍ଷା ଆସିଯିବା ସହ ଜଳରଣ୍ଡାର ଜଳସ୍ତର ବୃଦ୍ଧି ପାଉଛି I ଜୁଲାଇ ୩୧ ସୁଦ୍ଧା ହୀରାକୁଦ ର ଜାଲସ୍ତର ୬୦୫ ଫୁଟ ରଖିବାକୁ ଧାର୍ଯ୍ୟ ଥିବା ବେଳେ ଆଜି  ସୁଦ୍ଧା ଏହି ସ୍ତର ୬୦୮ ଫୁଟରେ ପହଞ୍ଚିଗଲାଣି I

ଓଡିଶାର ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ହୀରାକୁଦ ନଦୀବନ୍ଦ କର୍ତୃପକ୍ଷଙ୍କ ସୂଚନା ଅନୁଯାଇ ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୦୬.୦୨ ଫୁଟ୍ ରହିଥିଲା । ଜଳଭଣ୍ଡାରକୁ ସେକେଣ୍ଡ ପିଛା ୧,୬୨,୬୭୭ ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ସ୍ଟିଲ-ୱେ, ପାୱାର ଚ୍ୟାନେଲ, ଶିଳ୍ପାନୁଷ୍ଠାନ, କେନାଲ ଆଦି ଦେଇ ୩୬,୭୮୯ ଘନଫୁଟ୍ ଜଳ ନିଷ୍କାସିତ ହେଉଛି। ଉପରମୁଣ୍ଡରେ ୧୫.୯୯ ମିମି ଏବଂ ତଳମୁଣ୍ଡରେ ୫.୧୯ ମିମି ବର୍ଷା ରେକର୍ଡ ହୋଇଛି।

ସୂଚନାଯୋଗ୍ୟ ଯେ, ଆସନ୍ତା ୬ ତାରିଖ ସକାଳ ୧୦ଟାରେ ହୀରାଜୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ଯାହା ଦ୍ୱାରା ମହାନଦୀ ଅବବାହିକାର ୧୩ଟି ଜିଲ୍ଲାର ବିଭିନ୍ନ ନଦୀର ଜଳ ସ୍ତର ବିପଦ ସଂକେତ ଉର୍ଦ୍ଧରେ ପହଂଚିବାର ସମ୍ଭାବନା ଅଛି I ଛତିଶଗଡର ଶେଷ ବ୍ୟାରେଜ କଲମା ହୋଇଥିବାବେଳେ ପ୍ରଥମେ ୮ଟି ଗେଟ୍ ଖୋଲାଯାଇଥିଲା, ଗତକାଲି ସନ୍ଧ୍ୟା ସୁଦ୍ଧା ୪୬ ଏବଂ ଏବେ ୫୪ଟି ଗେଟ୍ ଖୋଲାଯାଇଛି। 

ଚଳିତ ବର୍ଷ ଆଗକୁ ଆହୁରି ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ସୂତ୍ର କହୁଛି ଅନ୍ୟପଟେ ମହାନଦୀ ଓ ତାର ଶାଖା ନଦୀ ଗୁଡିକ ବର୍ଷା ଜଳ ରେ ଫୁଲ ଅଛି ଏଥି ସହିତ  ଲଘୁଚାପ ଟ୍ରପ ଲାଉନ ସକ୍ରିୟ ଥିବାରୁ ସମୁଦ୍ର ମୁହାଣ ଜଳ ନିଷ୍କାସନ ରେ ବାଧା ସୃଷ୍ଟି ହେଉଛି I ଏଣୁ ଓଡିଶାର ସ୍ୱାର୍ଥ ଦୃଷ୍ଟିରୁ ସରକାର  ଛତିଶଗଡ ସହ ଆଲୋଚନା  କରି ବନ୍ୟା ଜଳର ସଠିକ ପରିଚାଳନା କରିବାକୁ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି  ଦାବି କରିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.