ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ରୁପ୍ରାରୋଡଠାରେ ଶନିବାର ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡା ଯାତ୍ରା ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଛି। ଓଡ଼ିଶାର ପ୍ରସିଦ୍ଧ କଥାବାଚକ ଆଶିର୍ବାଦଜୀ ମହାରାଜ ଓ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ପୂଜକ ପ୍ରତାପ ପଣ୍ଡା ବାହୁଡ଼ା ନିତି ସଂପାଦନ କରିଥିଲେ। ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ଜ୍ୟେଷ୍ଠପୂତ୍ର ସୁନୀଲ ଅଗ୍ରୱାଲ ରଥରେ ଛେରାପହଁରା କରିଥିଲେ। ପ୍ରଦୀପ ଅଗ୍ରୱାଲ, ରତନ ଅଗ୍ରୱାଲ, ତ୍ରିନାଥ ମହାନ୍ତି, ରାଜେଶ ଦତ୍ତା, ଶ୍ୟାମସୁନ୍ଦର ଶର୍ମା, ବିଜୟ ଅଗ୍ରୱାଲ, ସୁମିତ ଅଗ୍ରୱାଲ, ଅମିତ ଶର୍ମା (ବଣ୍ଟି), ଜଗମୋହନ ରୋହିଲା, ଭାଲୁ ଶର୍ମା, ସୁଧୀର ଅଗ୍ରୱାଲ, ସୁଦୀପ ଅଗ୍ରୱାଲ, ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ରୁପ୍ରାରୋଡବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଲକ୍ଷ୍ମୀ ନାରାୟଣ ଭେଟ ରୁପ୍ରାରୋଡ ବାହୁଡା ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା। ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ରହିଥିବାବେଳେ ରବିବାର ସୁନାବେଶ ହେବ ବୋଲି ସୂଚନା ରହିଛି।