ନିଅଣ୍ଟିଆ ବର୍ଷା, ଚାଷୀ ହତାଶ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଯୁରାବନ୍ଧ, ଟିକ୍ରାପଡ଼ା, ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେତୁ ଚାଷ କାର୍ଯ୍ୟ ଆଶାନୁରୂପ ଆଗେଇ ପାରୁନାହିଁ | ସାମାନ୍ୟ ଝିପିଝିପି ହେବା ପରେ ବର୍ଷା ଛାଡ଼ି ଯାଉଥିବା ଫଳରେ ଚାଷୀ ଚିନ୍ତିତ ହୋଇପଡ଼ିଛନ୍ତି | ମେଘକୁ ଅନେଇ ବର୍ଷା ହେବ ବୋଲି ଚାଷୀ ଆଶା କରି ନିରାଶ ହେଉଛନ୍ତି | ପୁଷ୍କରିଣୀ, ଜୋର, ନଦୀ ଆଦି ଶୁଖିଲା ପଡ଼ିଛି | ତଳି ପକା, ରୁଆ ବିହୁଡ଼ା, କପା ବିଲ ପ୍ରସ୍ତୁତିକରଣ ହୋଇନପାରି ଚାଷ କାର୍ଯ୍ୟ ବିଳମ୍ବିତ ହେଉଛି | କିଛି ଚାଷୀ ପାଣି ପମ୍ପ ଯୋଗେ ଜମିକୁ ପାଣି ମଡ଼ାଇ ଯେନତେନ ପ୍ରକାରେ ତଳି ପକା କାର୍ଯ୍ୟ ଚାଲୁ ରଖିଥିବା ଦୃଷ୍ଟିଗୋଚର ହୋଇଛି | ଏଭଳି ସ୍ଥିତିରେ ଏବର୍ଷ ଚାଷ କାର୍ଯ୍ୟ ବିଳମ୍ବିତ ହୋଇଛି ବୋଲି ଚାଷୀ ପ୍ରକାଶ କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.