ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝିଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ୭୬ ତମ ବନ ମହୋତ୍ସବ ଉପଲକ୍ଷେ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ କମଲେନ୍ଦୁ ଜେନ୍ ଙ୍କ ଅଧ୍ୟକ୍ଷତାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ଶାମଧର କୋଣ୍ଡାଗରୀ ଯୋଗ ଦେଇ ବୃକ୍ଷ ରୋପଣ ଦ୍ବାରା ବିଭିନ୍ନ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ ବୋଲି କହିଥିଲେ । କାର୍ଯ୍ୟକ୍ରମ ରେ କଲ୍ୟାଣସିଂହପୁର ବନଖଣ୍ଡର ବନପାଳ ଓ ବନରକ୍ଷୀ ପହଞ୍ଚି ‘ଇକୋ’ କ୍ଳବ ଦାୟିତ୍ୱରେ ଥିବା ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ତତ୍ତ୍ଵାବଧାନରେ ପ୍ରାୟ ଦେଢ଼ଶହରୁ ଉର୍ଦ୍ଧ୍ବ ଚାରା ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରି ଗ୍ରାମରେ ରୋପଣ କରିବାକୁ କହିଥିଲେ | ଏଥି ସହ ସ୍କୁଲ ପରିସର ମଧ୍ୟରେ ପ୍ରାୟ ୩୦ ଟି ଫଳ ଓ ଜଙ୍ଗଲ ଜାତୀୟ ଚାରା ରୋପଣ କରି ଏହି ସପ୍ତାହ ମଧ୍ୟରେ ପ୍ରାୟ ପାଞ୍ଚ ଶହ ଚାରା ରୋପଣ କରାଯିବ ବୋଲି କହିଛନ୍ତି । କାର୍ଯ୍ୟକ୍ରମ ରେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।