ନର୍ଲାରେ ବାହୁଡ଼ା ଯାତ୍ରା: ବହୁଡ଼ିଲେ ମହାବାହୁ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ପ୍ରତିକୁଳ ପାଗ ସତ୍ୱେ ଆନନ୍ଦ ଉହ୍ଲାସ ଓ ଶାନ୍ତି ଶୃଙ୍ଖଳାର ସହ ତିନି ଠାକୁରଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୬ ଘଣ୍ଟା ସମୟରେ ମଙ୍ଗଳ ଆଳତୀ ସାଙ୍ଗକୁ ଶ୍ରୀ ଜୀଉ ମାନଙ୍କ ସମସ୍ତ ରୀତି ନୀତି ଆରମ୍ଭ ହୋଇଯାଇଥିଲା। ସମୟାନୁଯାୟୀ ସମସ୍ତ ଭୋଗ ଲାଗି ହୋଇଥିଲା।

ଅପରାହ୍ନ ୪ ଟା ବେଳେ ତିନି ବିଗ୍ରହ ପହଣ୍ଡି ବିଜେ କରିଥିଲେ। ଠାକୁରଙ୍କ ମଉସା ମାଉସୀ ନର୍ଲାର ବିଶିଷ୍ଟ ଧର୍ମପରାୟଣ ଦମ୍ପତି ସୁକାନ୍ତ ଚାନ୍ଦ ଓ ସ୍ମୃତିଶ୍ରଦ୍ଧା ଚାନ୍ଦ ଶ୍ରୀ ଜୀଉ ମାନଙ୍କୁ ବଡ ଦେଉଳ ଅଭିମୁଖେ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ନର୍ଲାର ବରିଷ୍ଠ ନାଗରିକ ଚନ୍ଦ୍ରଶେଖର ପୁଝାରୀ ଓ ଚୁଳମଣି ଗଉଡିଆ ଛେରା ପହରା କରିଥିଲେ ।

ଶ୍ରୀ ଜୀଉମାନେ ଦୁର୍ଗା ମଣ୍ଡପ ନିକଟସ୍ଥ ମାଉସୀ ମନ୍ଦିର ଠାରୁ ରଥ ରଖାଯାଇଥିବା ନବୋଦ୍ଦୟ ଛକ ଯାଏଁ ପହଣ୍ଡିରେ ଯାଇଥିଲେ। ଯୁବ ପଣ୍ଡା୍ ସୁଦର୍ଶନ ବିଗ୍ରହ କୁ ଓ ଅଜୟ ନନ୍ଦ ଗରୁଡ ବିଗ୍ରହକୁ ଧରି ସବା ଆଗରେ ଚାଲିଥିବା ବେଳେ ମୁଖ୍ୟ ପୂଜକ ନାରାୟଣ ପଣ୍ଡା, ସୁଦାମ ପଣ୍ଡା, ମଧୁସୁଦନ ପାଢୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପଦ୍ମଲୋଚନ ପଣ୍ଡା, ସୁରେନ୍ଦ୍ର ଚାନ୍ଦ୍‌, ସଞ୍ଜୟ ପଣ୍ଡା, ସୁଜିତ ଚାନ୍ଦ, ପ୍ରଶାନ୍ତ ପଣ୍ଡା, ମହେଶ ଚାନ୍ଦ୍ ପ୍ରମୁଖ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ରଥଯାଏଁ ନେଇ ଆସିଥିଲେ ।

ସଭାପତି ଚିରଞ୍ଜିବୀ ଗଉଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ୱେଚ୍ଛାସେବୀ ବିମଲ କୁମାର କେଡିଆ, ତପିନ୍ଦ୍ର ଗଉଡ଼ିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ନର୍ଲାର ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁବିଜୟ ପଣ୍ଡା, ଭକ୍ତ ବିମଲ କୁମାର କେଡିଆ, ଶରଣ ଚନ୍ଦନ, ହରି ଗଉଡ, ତ୍ରୀଲୋଚନ ମାଝୀ, ବଜରଙ୍ଗୀ ପ୍ରମୁଖ ପ୍ରଭୁଙ୍କ ସମ୍ମୁଖରେ ସଂକୀର୍ତ୍ତନ ଓ ଘଣ୍ଟ ବାଦନ କରିଥିଲେ।

ତିନିଠାକୁର ପହଣ୍ଡି ସାରି ରଥାରୁଢ ହେବାପରେ ମଉସା ମାଉସୀ ପୁଣି ଭୋଗ ଲାଗି କରିବା ସହିତ ବାଟରେ ଖାଇବା ପାଇଁ ଠାକୁରଙ୍କୁ ଚଣା ଭୋଗ ଅର୍ପଣ କରିଥିଲେ। ମଉସା ମାଉସୀ ଙ୍କ ସହ ପରିବାର ବର୍ଗ ସଞ୍ଜୀବ ଚାନ୍ଦ, ଅଭୟ ଚାନ୍ଦ ମୃତ୍ୟୁଞ୍ଜୟ ଚାନ୍ଦ, ନରସିଂହ ନାଏକ ଓ ଅନେକ ମହିଳା ଉପସ୍ଥିତ ଥିଲେ।ଅପରାହ୍ନ ଠିକ୍ ୬ ଘଣ୍ଟା ସମୟରେ ଶ୍ରୀ ମନ୍ଦିର ଅଭିମୁଖେ ରଥ ଟଣା ଯାଇଥିଲା ।

ମୁଖ୍ୟ ପୂଜକ ନାରାୟଣ ପଣ୍ଡା, ସହକାରୀ ସୁଦାମ ପଣ୍ଡା, ପ୍ରଭୋବ ଚାନ୍ଦ, ମଧୁସୁଦନ ପାଢୀ, ସଞ୍ଜୟ ପଣ୍ଡା, ମନ୍ମୟ ଚାନ୍ଦ, ପ୍ରମୁଖ ରଥ ଉପରେ ପୂଜନ ଦାଇତ୍ୱ ନିର୍ବାହନ କରିଥିଲେ । ଲଘୁଚାପ ଜନିତ ବର୍ଷା ସକାଳୁ ଲାଗି ରହିଥିବା ବେଳେ ଯାତ୍ରା ସମୟରେ ପାଗ ଟିକେ ଫାଙ୍କା କରିବାରୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା। ଠାକୁର ମାନେ ଏବେ ରଥ ଉପରେ ରହିଛନ୍ତି। ଆସନ୍ତା କାଲି ପବିତ୍ର ଏକାଦଶୀରେ ଠାକୁର ମାନଙ୍କ ସୁନାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣା ପଡ଼ିଛି।

ଚଳିତ ବର୍ଷ ନର୍ଲା ଅଞ୍ଚଳର ନର୍ଲା ସମେତ ତୁଳାପଡା, ମାଣ୍ଡେଲ, ଲାଖ୍‌ଗୁଡା, ରୁପ୍ରାରୋଡ, ରୁପ୍ରା, ସରିଆଁ, ସେରଗଡ, ବୁଢୀପଦର, ପଲମ୍‌, ଉଲିକୁପା, କମେ ଗାଁ ଏସବୁ ୧୪ ଗୋଟି ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ବାହୁଡାଯାତ୍ରା ସମ୍ପନ୍ନ ହୋଇଯାଇଛି ବୋଲି ନର୍ଲା ଆଇଆଇସି ସର୍ବେଶ୍ୱର ସାମନ୍ତରାୟ ପ୍ରକାଶ କରିଛନ୍ତି ।

ପବିତ୍ର ବାହୁଡାଯାତ୍ରାର ଶୁଭ ଅବସରରେ ନର୍ଲା ବିଧାୟୀକା ମନୋରମା ମହାନ୍ତୀ, ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ ପ୍ରମୁଖ ନର୍ଲା ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.