ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁରର ନୂତନ ଏସଡିପିଓ ସୁଜିତ କୁମାର ନାୟକଙ୍କୁ ଆଜି ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି ପୁରୁଷୋତ୍ତମୁର ସେବା ସାମ୍ବାଦିକ ସଂଘର କର୍ମକର୍ତ୍ତାମାନେ | ନୂତନ ଏସଡିପିଓ ସାମ୍ବାଦିକ ମାନଙ୍କ ପରିଚୟ ପଚାରି ବୁଝିଥିଲେ ଏବଂ ସେମାନଙ୍କର ମଧ୍ୟରେ ଯୁବ ସାମ୍ବାଦିକମାନଙ୍କୁ ଦେଖି ଖୁସି ବ୍ୟକ୍ତ କରିଥିଲେ |ଏସଡିପିଓଙ୍କୁ ସାମ୍ବାଦିକ ମାନଙ୍କ କିଛି ପ୍ରଶ୍ନପଚାରି ଥିଲେ | ତାର ଉତ୍ତରରେ ଶ୍ରୀଯୁକ୍ତ ନାୟକ ପ୍ରଥମେ ମହିଳା ମାନଙ୍କୁ ଅଗ୍ରାଧିକାର, ଗାଁ ଓ ଗହଳି ସହିତ କିଛି ପଂଚାୟତରେ ଚୋରି, ରାହାଜାନି, ଡକାୟତ ଓ ହତ୍ୟା ଉପରେ ଆସାମୀ ମାନଙ୍କର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସେହି ଗ୍ରାମରେ ବରିଷ୍ଟ ନାଗରିକ, ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ଏବଂ ସେ ଗ୍ରାମର ପୂର୍ବତନ ଏବଂ ବର୍ତମାନର ସରପଂଚ ଓ ସମିତି ସଭ୍ୟ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରି ଲୋକ ମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବାକୁ କହିଥିଲେ | ଏବଂ ପୁରୁଷୋତ୍ତମପୁର ସହରର ସମସ୍ତ ଜନ ସାଧାରଣ ପୋଲିସ କୁ ପ୍ରତେକ କାର୍ଯ୍ୟରେ ସହଯୋଗ କରି ସୂଚନା ପ୍ରଦାନ କଲେ ବହୁତ ଗୁଡିଏ ଅଘଟଣ କୁ ଏଡେଇ ଦେଇ ପାରିଵା ବୋଲି ମତ ଦେଇଥିଲେ |