ଧର୍ମ ପରାୟଣ ମହିଳା ସୁବାସିନୀ ମିଶ୍ରଙ୍କ ପରଲୋକ 

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବାହୁଡ଼ା ଯାତ୍ରା ଦିନ ସୋନପୁର ଘୋଡାଘାଟପଡାର ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ଶିବରାମ ମିଶ୍ରଙ୍କ ସହଧର୍ମିଣୀ ଧର୍ମ ପରାୟଣ ମହିଳା ସୁବସିନୀ ମିଶ୍ର(୮୨) ବର୍ଷଙ୍କ ବୁର୍ଲା ସ୍ଥିତ ବିକାଶ ହସ୍ପିଟାଲ ଠାରେ ପରଲୋକ ହୋଇଯାଇଛି। ଶ୍ରୀମତୀ ମିଶ୍ର ଜଣେ ଶାନ୍ତ, ସରଳ, ମିଷ୍ଟ ଭାଷୀ, ଧର୍ମ ପରାୟଣ ମହିଳା ଓ ପତିବ୍ରତା ନାରୀ ଭାବରେ ଅଞ୍ଚଳରେ ଖୁବ୍ ଜଣାଶୁଣା ଥିବା ବେଳେ ଏ ଦୁଃଖଦ ଖବରରେ ସମଗ୍ର ଅଞ୍ଚଳରେ ଶୋକ ଖେଳିଯାଇଛି। ଭଗବାନଙ୍କ ଏପରି ଲୀଳା ସଂଯୋଗ ଯେ ଧର୍ମପରାୟଣ ସୁବାଶିନୀ ମିଶ୍ରଙ୍କ ପତି ଶିବରାମ ମିଶ୍ର ୨୦୧୩ ମସିହା ଠିକ୍ ରଥଯାତ୍ରା ଦିନ ସ୍ଵର୍ଗାରୋହଣ କରିଥିବା ବେଳେ ସୁବସିନୀ ମିଶ୍ର ଠିକ୍ ସେହି ରଥଯାତ୍ରା ସମୟରେ ବାହୁଡା ଯାତ୍ରା ଦିନ ବାହୁଡି ଯାଇଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁତ୍ର ଓ ପୁତ୍ରବଧୂ ଗୋକୁନ ଓ ପ୍ରୀତି ମିଶ୍ର, ନାତି ଓ ନାତୁଣୀ କ୍ରୀଷ୍ଣା ଓ କାହ୍ନା, ଚାରି ଝିଅ ମାନସୀ ମିଶ୍ର, ରାଧାରାଣୀ ମିଶ୍ର, ଆନୀ ମିଶ୍ର, ନିନୀମିଶ୍ର ଜ୍ୱାଇଁ ସୁକାନ୍ତ ମିଶ୍ର, ତନୁଜ ମିଶ୍ର ଏବଂ ନାତି ନାତୁଣୀ ସ୍ୱରୂପ ମିଶ୍ର, ଦେବ ମିଶ୍ର, ଗେଲୁ ମିଶ୍ର ଏବଂ ସୁବାସିନୀ ମିଶ୍ର ଙ୍କ ଭଉଣୀ ସୋଭାଗିନୀ ତ୍ରିପାଠୀ, ତପସ୍ଵିନୀ ଦାଶ, ପ୍ରମୋଦିନୀ ଗୁରୁ ଭାଇ ଗୋପାଳ ମିଶ୍ର, ଅଶୋକ ମିଶ୍ର ଙ୍କ ସହ ସମସ୍ତ ନାତି ନାତୁଣୀ ଉପସ୍ଥିତ ଥିଲେ। ସୋନପୁର ଗୋକର୍ନେଶ୍ୱର୍ ଶ୍ମଶାନ ଘାଟରେ ସ୍ୱର୍ଗୀୟା ମିଶ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ବଳରାମ ମିଶ୍ର, ଏଡଭକେଟ ହରିନାରାୟଣ ତ୍ରିପାଠୀ, ନନ୍ଦ କିଶୋର ତ୍ରିପାଠୀ, ଦେବ ମିଶ୍ର, ପ୍ରଫୁଲ୍ଲ ଦାଶ, ଡ. ପ୍ରଦୀପ ଗୁରୁ, ସାମ୍ୱାଦିକ ରାଜ କିଶୋର ତ୍ରିପାଠୀ, ଓମ୍ ପ୍ରକାଶ ମିଶ୍ର, ଚଣ୍ଡୀଦାସ ମିଶ୍ର, ପ୍ରଫୁଲ୍ଲ ରଥ, ଶ୍ରୀବତ୍ସ ମଲ୍ଲିକ, ସିତୁନ ମିଶ୍ର, ସମରେନ୍ଦ୍ର ରଥ, ପ୍ରିତମ ଦାଶ, ସୁମିତ ଦାଶ, ଶିଳ୍ପୀ ସେଟ୍, ଜୟ କୁମାର ମହଲା, ଗୁପ୍ତ ମିଶ୍ର , ମଣ୍ଟୁ ପଟ୍ଟନାୟକ, ସମଗ୍ର ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶ୍ରୀମତୀ ମିଶ୍ର ଙ୍କୁ ଅନ୍ତିମ ଦର୍ଶନ କରିଥିଲେ। ତାଙ୍କର ଏକ ମାତ୍ର ପୁଅ ଦେବଦତ୍ତ ମିଶ୍ର (ଗୋକୁନ) ମୁଖାଗ୍ନୀ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.