ହରଗୌରୀ ଯୁବକ ସଂଘ ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମେରା ୟୁଵା ଭାରତ କଳାହାଣ୍ଡି ଶାଖା ନେତୃତ୍ୱରେ ଆଜି କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଶାନ୍ତିବନ ପରିସରରେ ମା ପାଇଁ ଗଛ ଟିଏ ଓ ବିଶ୍ୱ ବନ ମହୋତ୍ସବ ଉପଲକ୍ଷେ ବିଭିନ୍ନ କିସମର ଦୁଇ ସହ ବୃକ୍ଷ ରୋପଣ କରାଯାଇଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ଅମର ଯୁକ୍ତତିନି ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ଗହୀର, ସମ୍ମାନିତ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ହୃଦାନନ୍ଦ ସାହୁ, ପ୍ରକୃତି ବନ୍ଧୁ ଶ୍ରୀ ସନତ କୁମାର ସାହୁ ଓ ସେବା ଜଗତ ମ.ରାମପୁର କର୍ମକର୍ତ୍ତା ଅମିତ କୁମାର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ହରଗୌରୀ ଯୁବକ ସଙ୍ଘ କୁଶୁର୍ଲା ସମସ୍ତ କର୍ମକର୍ତ୍ତା ଓ ଅମର ଯୁକ୍ତ ତିନି ମହାବିଦ୍ୟାଳୟ କୁଶୁର୍ଲା ଏନଏସଏସ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ହରଗୌରୀ ଯୁବକ ସଂଘର ସଭାପତି ଶ୍ରୀ ଯୁଗେଶ ଚନ୍ଦ୍ର ଜାନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.