ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ମୁଖ୍ୟ ରାସ୍ତା କଡ଼ର ଗ୍ରାମ ଖସିଗୁଡ଼ାର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଏହି ରାସ୍ତା ରାୟଗଡ଼ା ଓ କଲ୍ୟାଣସିଂହପୁର ୪୫ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ରାସ୍ତା। ମାତ୍ର ଦୁଇ ସହ ମିଟର ରାସ୍ତା ସ୍ୱାଧୀନତାର ସାତ ଦଶନ୍ଦି ଠାରୁ ଆଜି ଯାଏଁ ରାଜନୈତିକ ଅଭିସନ୍ଦିରେ ଅଟକି ଯାଇଛି। ଠିକା କାମକୁ ନେଇ ବିଭଗୀୟ ଅଧିକାରୀ ମାନେ ମଧ୍ୟ ଚୁପ ବସିବା ଦୁର୍ଭାଗ୍ୟ ଜନକ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରତି ବର୍ଷ ରାସ୍ତା ପାଇଁ ଅର୍ଥ ମଞ୍ଜୁର ହେଉଛି ଫାଇଲ୍ ମଧ୍ୟ ଖୋଲା ଯାଉଛି କେମିତି କେଜାଣି ରାସ୍ତା କାର୍ଯ୍ୟ ହୋଇ ପାରୁନି ଗ୍ରାମବାସୀ ଜାଣି ପାରୁ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ଖରାଦିନେ ବଡ଼ବଡ଼ ଖାଲ ଢ଼ିପ ଓ ବର୍ଷା ଦିନେ ଖାଲ ସାଙ୍ଗକୁ କାଦୁଅ ପଚପଚ ଯୋଗୁଁ ଲୋକେ ଯାତାୟାତ କରିବାରେ କଷ୍ଟ ଭୋଗିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି। ଗତ କିଛିଦିନ ପୂର୍ବେ ଗ୍ରାମର ମୁଣ୍ଡରେ ତିନି ଲକ୍ଷ ଟଙ୍କାର ଏକ ଫଳକ ଆମ ଗାଁ ଆମ ବିକାଶ ନାମରେ ଲାଗିଥିଲା। କାହଁକି କେଜାଣି ବିଭାଗ କାର୍ଯ୍ୟ କଲାନାହିଁ କେହି ଜାଣି ପାରି ନାହାନ୍ତି। ଏସମ୍ପର୍କରେ ପି.ଇ.ଓ ସନ୍ତୋଷ କୁମାର ସାହୁଙ୍କୁ ପଚାରିବାରୁ ପଞ୍ଚାୟତ ପକ୍ଷରୁ ଦେଢ଼ ଲକ୍ଷ ଟଙ୍କାର ଏକ ଫାଇଲ ଖୋଲା ଯାଇଛି ଟଙ୍କା ଆସିଲେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଛନ୍ତି। ଯଦି ରାସ୍ତା ମରାମତି ନ ହୁଏ ତେବେ ରାୟଗଡ଼ା ଓ କଲ୍ୟାଣସିଂହପୁର ରାସ୍ତାରୋକ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି।