ଓଡ଼ିଆ ବାର୍ତ୍ତା/ ବିଷମ କଟକ (ପଦ୍ମନ ଭତ୍ରା): ରାସ୍ତା ଓ ଅସ୍ବାସ୍ଥ୍ୟକର ପରିବେଶକୁ ନେଇ ବିଷମ କଟକର ୭ ନମ୍ବର ୱାର୍ଡର ଜନ ସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ବହୁବାର ପ୍ରଶାସନକୁ ଅବଗତ କଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ । ଲୋକେ ଘାଣ୍ଟି ହେଉଛନ୍ତି କାଦୁଅ ମଇଳା ଓ ଅସ୍ବାସ୍ଥ୍ୟକର ଅପରିବେଶ ମଧ୍ୟରେ । ସୁବିଧାରେ ଯିବା ଆସିବା କଷ୍ଟ ହୋଇ ପଡୁଛି । ସ୍କୁଲ ପିଲାମାନେ ସାମାନ୍ୟ ବର୍ଷା ହେଲେ ସ୍କୁଲ ଯିବାକୁ ପସନ୍ଦ କରୁ ନାହାନ୍ତି । ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ଓ ଶୋଚନୀୟ ହୋଇ ପଡିଥିବାବେଳେ ରାସ୍ତାର ଦୁଇ ପାର୍ଶ୍ୱରେ ଅଳିଆ ଆବର୍ଜନାରେ ଭରି ହୋଇ ରହିଛି । ଯାହା ଫଳରେ, ଯିବା ଆସିବା ବେଳେ ଦୁର୍ଗନ୍ଧ ସାଙ୍ଗକୁ ବହୁ ଲୋକ ଝାଡା ବାନ୍ତିର ଶିକାର ହେଉଥିବା ଅଭିଯୋଗ ହେଉଛି । ତେଣୁ ଏସବୁ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।