ଅଷ୍ଟ୍ରେଲିଆରେ ବିଶ୍ବ ପ୍ରତ୍ନତତ୍ତ୍ବ କଂଗ୍ରେସ: ଯୋଗଦେଲେ  ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଇତିହାସ ବିଭାଗର ପ୍ରଧ୍ୟାପକ ଡଃ ନଳିନୀ କାନ୍ତ ରଣା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ମା ମାଣିକେଶ୍ବରୀ ବିଶ୍ବ ବିଦ୍ୟାଳୟ ଇତିହାସ ବିଭାଗର ପ୍ରଧ୍ୟାପକ ଡଃ ନଳିନୀ କାନ୍ତ ରଣା ‘ବିଶ୍ବ ପ୍ରତ୍ନତତ୍ତ୍ଵ କଂଗ୍ରେସ’ରେ ଯୋଗଦେଇ ରାଜ୍ୟ ତଥା କଳାହାଣ୍ଡି ପାଇଁ ଗୌରବ ନେଇ ଆସିଛନ୍ତି। ପ୍ରତି ଚାରି ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ବିଶ୍ବ ପ୍ରତ୍ନତତ୍ତ୍ବ କଂଗ୍ରେସର ଦଶମ ଅଧିବେଶନ ଏଥର ଅଷ୍ଟ୍ରେଲିଆର ଡରଓ୍ବିନ ଠାରେ ଆୟୋଜିତ ହୋଇଥିଲା। ଏଥିରେ ପୁରାତନ ସଭ୍ୟତା, ସଂସ୍କୃତିର ପୁନଃରୁଦ୍ଧାର ସହ ପରିବର୍ତ୍ତନଶୀଳ ଦୁନିଆରେ ପ୍ରତ୍ନତତ୍ତ୍ବର ଭୂମିକା ଉପରେ ନିଜସ୍ୱ ଗବେଷଣାତ୍ମକ ସାରଗର୍ଭକ ସନ୍ଦର୍ଭ ଉପସ୍ଥାପନ କରି ଡଃ ରଣା ବେଶ୍ ପ୍ରଂଶସିତ ହୋଇଥିଲେ। ଅଷ୍ଟ୍ରେଲିଆର ଚାର୍ଲସ ଡରଓ୍ବିନ ବିଶ୍ବବିଦ୍ୟାଳୟର ସହଭାଗୀତାରେ ଫ୍ଳିଣ୍ଡର୍ସ ବିଶ୍ବବିଦ୍ୟାଳୟ ଦ୍ଵାରା ସପ୍ତାହବ୍ୟାପୀ ଆୟୋଜିତ ଉକ୍ତ ଅଧିବେଶନରେ ବିଶ୍ବର ୭୦ ଟି ଦେଶର ପ୍ରାୟ ୨୨୦୦ ପ୍ରତିନିଧି ଯୋଗଦେଇ ସେମାନଙ୍କ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.