ଗୁଣ୍ଡୁରୀ ଓ ସାନକାର୍ଲି ସ୍କୁଲରେ ବନମହୋତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି  ଉତ୍ତର ବନଖଣ୍ଡ ଆନୁକୂଲ୍ୟରେ ଭବାନୀପାଟଣା ବନାଞ୍ଚଳ ଅଧୀନସ୍ଥ ଭଟ୍ଟାଙ୍ଗପଦର ସେକ୍ସନର ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଣ୍ଡୁରୀ, ସରକାରୀ ପ୍ରାଥମିକ ବିଦ୍ୟାଳୟ ସାନକାର୍ଲି ଏବଂ କୁଟ୍ରୁଗୁଡା ଠାରେ ୭୬ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରସିସି ମନୋଜ କୁମାର ସାହୁ, ପ୍ରଧାନ ଶିକ୍ଷକ  ପ୍ରଦୀପ କୁମାର ସା ଏବଂ ପ୍ରବୀଣ କୁମାର ପଣ୍ଡା ଯୋଗ ଦେଇଥିଲେ। ବିଦ୍ୟାଳୟରେ ଏକ ସଭା ସହିତ ବୃକ୍ଷରୋପଣ କରାଯାଇଥିଲା। ଭଟାଙ୍ଗପଦର ସେକ୍ସନର ବନପାଳ ଭାଗବତ ବେହେରା, ବନରକ୍ଷୀ ତୁଳସି ସ୍ୱାଇଁ, ବନରକ୍ଷୀ ମାନସ ସାହୁ ଏବଂ ବନରକ୍ଷୀ ମାନସ ରଞ୍ଜନ ବିଶ୍ୱାଳ ତଥା କୁଟ୍ରୁଗୁଡା ୱାର୍ଡ ସଭ୍ୟା  ସୁକାନ୍ତି ମାଝୀ, କୁଟ୍ରୁଗୁଡା ବନ ସୁରକ୍ଷା ସମିତିର ସଭ୍ୟ/ସଭ୍ୟା  ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା ଏବଂ ପରିବେଶ ରକ୍ଷା ତଥା ବୃକ୍ଷ ରୋପଣର ଲକ୍ଷ୍ୟ ଉଦ୍ଧେଶ୍ୟ ଦିଗରେ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ। ଆମ ଜଙ୍ଗଲ ଯୋଜନାର କର୍ମକର୍ତ୍ତା ସୁବାସ ଚନ୍ଦ୍ର ନାଏକ, ଉମେଶ ଚନ୍ଦ୍ର ଗଉଡ଼, ସୁନୀଲ ରଣା ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ, କୁଟ୍ରୁଗୁଡା ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.