କଳାହାଣ୍ଡି ଏସସି ସମାଜର କର୍ମକର୍ତ୍ତାଙ୍କ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଆମ୍ବେଦକର ଭବନ ଠାରେ କଳାହାଣ୍ଡି ଏସସି ସମାଜର କର୍ମକର୍ତ୍ତାଙ୍କ ବୈଠକ ଓ ଆଲୋଚନା ଚକ୍ର ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ରାଜ୍ଯ ସଭାପତି ଧନଞ୍ଜୟ ଦୀପଙ୍କ ଆହ୍ଵାନ କ୍ରମେ ଅନୁଷ୍ଠିତ ହୋଇଯାଇଛି। ଏଥିରେ  ଜିଲ୍ଲାର ୧୩ ଟି ବ୍ଳକ, ଗୋଟିଏ ମୁନିସିପାଲିଟି, ତିନୋଟି ଏନଏସିର ଏସସି ସମାଜର କର୍ମକର୍ତ୍ତା ତଥା କିଛି ବୁଦ୍ଧିଜିବୀ ଉପସ୍ଥିତ ଥିଲେ। ପ୍ରଥମେ ବହୁଜନ ମହାପୁରୁଷ ମାନଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ କରି ଯୋଗେଶ୍ଵର ସାଗର ତ୍ରିସରଣ ପଞ୍ଚଶିଳ ଗାନ କରିଥିଲେ। ଏହାପରେ ଆଲୋଚନା ଚକ୍ର ଆରମ୍ଭ କରଯାଇଥିଲା। ସମାଜର ସାମ୍ବିଧାନିକ ହକ୍ ଅଧିକାର ବଞ୍ଚାଇବାକୁ ହେଲେ ସଙ୍ଗଠିତ ସମାଜ ତିଆରି କରିବାକୁ ପଡିବ ବୋଲି ସଭାରେ ମତପ୍ରକାଶ ପାଇଥିଲା। ସମସ୍ତେ ସପଥ ନେଲେ କଳାହାଣ୍ଡି ଜିଲ୍ଲାର ଗାଁ ଗାଁ ରେ ବହୁଜନ ବିଚାରକୁ ପହଞ୍ଚିବା ସହ ପଞ୍ଚାୟତ କମିଟି, ବ୍ଳକ କମିଟି, ଜିଲ୍ଲା କମିଟିକୁ ସୁଦୃଢ କରିବା ଏବଂ କଳାହାଣ୍ଡି ଜିଲ୍ଲାର ସବୁ ଏସସି ସମାଜ ଏକ ହୋଇ ସାମ୍ବିଧାନିକ ହକ୍ ଅଧିକାର ପାଇଁ ଲଢିବା ଏବଂ ଆସନ୍ତା ଅଗଷ୍ଟ ୩୦ ପ୍ରତିଷ୍ଠା ଦିବସ ଅବସରରେ ତିରିଶ ହଜାରରୁ ଉର୍ଦ୍ଧ୍ବ ଜନ ସମାଗମ କରିବା। ଆଜିର ଏହି ବୈଠକରେ ସଂଗଠନର ମହାସଚିବ ଶତ୍ରୁଘ୍ନ ନାଏକ, କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ସାମାଜିକ ମୁଖ୍ୟ ଧବଳେଶ୍ଵର ନାଗ, ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ, ଆଇନଜିବି ଦିଗମ୍ବର ଦୁରିଆ, ନର୍ଲା ସଭାପତି ରଘୁନାଥ ଦୀପ୍, ଏମ୍ ରାମପୁର ସଭାପତି ବୃନ୍ଦାବନ ନାଗ, କଲମପୁର ବ୍ଳକ ସଭାପତି ବଳରାମ ଦୁର୍ଗା, ଶଙ୍କର କର, ଅଗଷ୍ଟ ନାଏକଙ୍କ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.