ଦାରିଙ୍ଗବାଡିରେ ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ: ଷ୍ଟ୍ରବେରୀ-ହଳଦୀ-କଫି ପ୍ରକ୍ରିୟାକରଣ ହେବ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା ଆଇଏଏସ୍‌ ମୋନିକା ପ୍ରିୟଦର୍ଶିନୀ ଦାରିଙ୍ଗବାଡ଼ି ଗସ୍ତରେ ଆସିଥିଲେ। ସେ ଦାରିଙ୍ଗବାଡ଼ି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ପହଞ୍ଚିବା ପରେ ବିଡିଓ ପ୍ରୀତିରଞ୍ଜନ ରଥ ତାଙ୍କୁ ସ୍ବାଗତ କରିଥିଲେ। ପରେ ପରେ ଦାରିଙ୍ଗବାଡ଼ିର କଫି ବଗିଚା ଓ ସେଠାରେ ଥିବା କଫି କାଫେ ସମେତ ହିଲଭିୟୁ ପାର୍କ, ଦଣ୍ଡିମାଠାରେ ଥିବା ମିଶନଶକ୍ତି ମହିଳାଙ୍କ ହଳଦୀ ପ୍ରକ୍ରିୟା କରଣ କେନ୍ଦ୍ର ଓ ସୁଲୁମାହାଠାରେ ରହିଥିବା ମିଶନଶକ୍ତିର ହଳଦୀ ପ୍ରକ୍ରିୟାକରଣ କେନ୍ଦ୍ର ଆଦି ବୁଲି ଦେଖିଥିଲେ। ପ୍ରକାଶ ଯେ, ମିଶନ ଶକ୍ତିର ମହିଳାମାନେ ଉକ୍ତ ବ୍ଲକର ଏକାଧିକ ସ୍ଥାନରେ ଷ୍ଟ୍ରବେରୀ ଚାଷ କରୁଛନ୍ତି ଏହା କମ୍‌ ସମୟ ମଧ୍ୟରେ ଚାଷ ଓ ଅମଳ ହେଉଥିବା ବେଳେ ମହିଳାଙ୍କୁ ଲାଭବାନ କରାଉଛି, କିନ୍ତୁ ପ୍ରକ୍ରିୟାକରଣ ବ୍ୟବସ୍ଥା ହୋଇଥିଲେ ଷ୍ଟ୍ରବେରୀ ବର୍ଷ ସାରା ରୋଜଗାର ଦେଇପାରିବ ସ୍କ୍ବାସ୍‌ ଏବଂ ଜାମ୍‌ ପ୍ରସ୍ତୁତ କରିବା ପାଇଁ ସରକାରୀ କିମ୍ବା ବେସରକାରୀ ସ୍ତରରେ ପ୍ରକ୍ରିୟାକରଣ ପାଇଁ ବ୍ୟବସ୍ଥା କରାଗଲେ ଆହୁରି ଅଧିକ ଲାଭବାନ ସହ ଷ୍ଟ୍ରବେରୀ ଚାଷ ଆହୁରି ଅଧିକା ଚାଷୀ କରିପାରିବେ ବୋଲି ନିର୍ଦ୍ଦେଶିକା କହିବା ସହ ଏହାକୁ ସେ ପଦକ୍ଷେପ ନେବେ ବୋଲି ବିଡିଓଙ୍କୁ କହିଥିଲେ। ସେହିପରି ବିଶ୍ୱବିଖ୍ୟାତ କନ୍ଧମାଳ ହଳଦୀର ପ୍ରକ୍ରିୟାକରଣ ସହ ଜିଆଇ ଟ୍ୟାଗ୍‌ ଲେବଲ୍‌, ବ୍ରାଣ୍ଡିଂ ଲେବଲ୍‌ରେ ବିକ୍ରିବଟା ଓ ପ୍ରକ୍ରିୟାକରଣ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସେହିପରି ଜୈବିକ ପଦ୍ଧତିରେ ଚାଷ କରାଯାଇଉଥିବା ତଥା ଦାରିଙ୍ଗବାଡ଼ିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ଏବେ ଟିଡିସିସି ତୋଳିବା ସହ ତାକୁ କୋରାପୁଟକୁ ପ୍ରକ୍ରିୟା କରଣ ପାଇଁ ପଠାଯାଇ କୋରାପୁଟ ବ୍ରାଣ୍ଡିଂରେ ବିକ୍ରି କରାଯାଉଛି। ତେଣୁ ଦାରିଙ୍ଗବାଡ଼ିରେ କଫିର ପ୍ରକ୍ରିୟାକରଣ କରାଯିବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ। ଏଥିସହ କଫି ଚାଷକୁ ଆହୁରି ଅଧିକ ଜମିରେ ଚାଷ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟ ମିଶନ ଶକ୍ତିର ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଦାରିଙ୍ଗବାଡ଼ିରେ ଥିବା ମିଶନଶକ୍ତିର କାଫେରେ ଭୋଜନ କରିଥିଲେ ଓ ମହିଳା ସଦସ୍ୟଙ୍କ ସହ ଆଲୋଚନା କରି ଫେରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.