ଓଡ଼ିଶାରେ ପ୍ରଥମ ଥର ପାଇଁ ସ୍ବଳ୍ପ ମୂଲ୍ୟରେ ଦିବ୍ୟାଙ୍ଗ ପାଇଁ ବୈଶିଷ୍ଟ୍ୟପୂର୍ଣ୍ଣ ଶିକ୍ଷା ପ୍ରଶିକ୍ଷଣ
ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କବି ନରସିଂହ ମଠ ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟ (କେଏନଏମଏମଟି) ଓ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡେରେସନ ଫର୍ ଦିବ୍ୟାଙ୍ଗ (ଓଏସଇଏଫଡ଼ି) ଙ୍କ ସହଯୋଗରେ ଏକ ତିନି ଦିନିଆ ସ୍ବତନ୍ତ୍ର ଶିକ୍ଷା କର୍ମଶାଳା ସଫଳ ଭାବେ ଅନୁଷ୍ଠିତ ହୋଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ମାତ୍ର ୧,୦୦୦ ଟଙ୍କା ଖର୍ଚ୍ଚରେ ଏପରି ଉଚ୍ଚ ଗୁଣତ୍ତାର ଶିକ୍ଷା ଆଧାରିତ ପ୍ରଶିକ୍ଷଣ ଦିଆଯାଇଛି, ଯେଉଁଥିରେ ଅଂଶଗ୍ରହଣକାରୀମାନେ ୧୮ ପଏଣ୍ଟ ଅର୍ଜନ କରିପାରିଛନ୍ତି।ଉଦ୍ଯାପନୀ ଉତ୍ସବ ଦିନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶ୍ବେଶ୍ବର ଟୁଡ଼ୁ, ଏସ୍ଭି ନିର୍ତ୍ତାର ର ନିର୍ଦ୍ଦେଶକ ଡ଼ଃ ପି.ପି. ମହାନ୍ତି, ଓ ମହାବିଦ୍ୟାଳୟ ନିର୍ଦ୍ଦେଶକ ଶ୍ରୀ ପ୍ରଭାତ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ହୋଇ, ଅଂଶଗ୍ରହଣକାରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ। ସେମାନେ ଆଗାମୀ ଦିନରେ ଦିବ୍ୟାଙ୍ଗ ସେବାରେ ଅଧିକ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲେ। ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ଅଧ୍ୟାପକମାନେ ଶ୍ରୀ ଆର୍ଶୀବାଦ ଚୌଧୁରୀ, ସୁଶ୍ରୀ ତନ୍ମୟୀ ମିଶ୍ର, ଶ୍ରୀ ଶିରେଶ ବାରିକ, ଶ୍ରୀ ସାନ୍ତନୁ ପୋରେଲ, ଶ୍ରୀ ସନତ ନାୟକ, ଶ୍ରୀ ଧର୍ମାନନ୍ଦ ପରିଡ଼ା, ଶ୍ରୀ ବିଶ୍ବବିଜୟୀ ଦାଶ ଆଦି ଯୋଗଦେଇ, ସ୍ବତନ୍ତ୍ର ଶିକ୍ଷା ବିଷୟରେ ଗଭୀର ଆଲୋଚନା କରିଥିଲେ। ସିଆରଇ ପ୍ରୋଗମ୍ ସଂଯୋଜକ ଶ୍ରୀ ଆୟୁଷ୍ମାନ ଚୌଧୁରୀ ଓ ସିଆରଇ ପ୍ରୋଗମ୍ ଆବାହକ ଶ୍ରୀ ରଶ୍ମିରଞ୍ଜନ ପୃଷ୍ଟି ଏହି କାର୍ଯ୍ୟକ୍ରମକୁ ସୁସଂଘଟିତ ଭାବେ ସଫଳ କରିଥିଲେ।ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସ୍ବତନ୍ତ୍ର ଶିକ୍ଷକ ଓ ଆଶାୟୀ ଶିକ୍ଷକମାନଙ୍କ ସହଭାଗୀତା ଏହି କାର୍ଯ୍ୟକ୍ରମକୁ ଅଧିକ ସାର୍ଥକତା ଦେଇଛି।