ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଥୁଆମୂଳ ରାମପୁର ସ୍ଥିତ ମା ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ରେଡ଼ କ୍ରସ ତରଫରୁ ୭୬ତମ ବନ ମହୋତ୍ସବ ପାଳନ କରିବା ସଙ୍ଗେ ସଙ୍ଗେ ବୃକ୍ଷ ରୋପଣ କରାଯାଇଥିଲା । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି, ସମ୍ମାନୀତ ଅତିଥି ଭାବରେ ସହକାରୀ ଉଦ୍ୟାନ ଅଧିକାରୀ ସୁଶ୍ରୀ ଶ୍ଵେତାସୌମ୍ୟା, ସରକାରୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ୱର ସିଂ, ଏମ ଏମ ପି ଏସ କଲେଜ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା, ଯୁବ ରେଡ଼କ୍ରସ ପରାମର୍ଶଦାତା ସରୋଜ କୁମାର ପଟ୍ଟଯୋଶୀ, ମାଣିକେଶ୍ୱରୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ସମୀର ସାହୁ, ଅଧ୍ୟାପକ ଓ କର୍ମଚାରୀ ତଥା ଛାତ୍ରଛାତ୍ରୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ।