ବିଭିନ୍ନ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଓ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ କଳାହାଣ୍ଡି ଶାଖା ତରଫରୁ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ବନମହୋତ୍ସବ ପାଳିତ ହୋଇଯାଇଅଛି। ଏହି ପରିପ୍ରେକ୍ଷୀରେ ଆଜି ଚତୁର୍ଥ ଦିବସରେ ସମ୍ବାଦ – ଆମ ଘର ଓ ବନ ବିଭାଗ ଜୟପାଟଣା ଶାଖା ତରଫରୁ ଭଇଁରି ପାଲି ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିମଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚଳା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଚାଚିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଅଁଳାଭଟ୍ଟା ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ୨୫୦ ଗୋଟି ଚାରା ରୋପଣ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସଂଘର ସଭାପତି ପ୍ରମୋଦ କୁମାର ଠାକୁର, ଯୁଗ୍ମ ସମ୍ପାଦକ ନବକିଶୋର ନାଏକ, କୋଷାଧ୍ୟକ୍ଷ ରମାକାନ୍ତ ମାଝୀ, ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପାଣିଗ୍ରାହୀ, କେଶବ ମାଝୀ, ସୁବ୍ରତ କୁମାର ସ୍ବାଇଁ, ନକୁଳ ପରାଭୋଇ,ମାନସ ପାତ୍ର, ପ୍ରଧାନ ଶିକ୍ଷୟତ୍ରୀ ପ୍ରେମଲତା ନାଏକ, ଭଇଁରି ପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଭାନୁମତୀ ବେମାଲ, ତଥା ଶିକ୍ଷକ ଶାକ୍ଷୟତ୍ରୀ ଛାତ୍ର ଛାତ୍ରୀ ଉପସ୍ଥିତ ଚାରା ରୋପଣ କରିଥିଲେ। ଜୟପାଟଣା ବ୍ଲକ ସମ୍ବାଦ ର ପ୍ରତିନିଧି ଶରତ ରାଉତ, ଜୟପାଟଣା ବନ ପାଳ ପାର୍ଥିବ ମାଝୀ, ବେନାଖମାର ବନପାଳ ମହେଶ୍ୱର ନାଏକ, ରେଙ୍ଗାଲ ପାଲି ସି ଆର୍ ସି ସି ବେଦବର ନିଆଲ, ପୋଡାଖୋଲ ସି ଆର୍ ସି ସି ସନ୍ତୋଷ କୁମାର ରଥ, ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ ର ଉପକାରିତା, ବନମହୋତ୍ସବ ର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇ ଥିବା ବେଳେ ଶିକ୍ଷକ ସଂଘର ସଂପାଦକ ତଥା ସ୍ବାମୀ ବିବେକାନନ୍ଦ ଲୋକ ସଂସଦ କଳାହାଣ୍ଡି ଶାଖା ପରିବେଶ ପ୍ରମୁଖ ଲଲିତ କୁମାର ନାଏକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ନବକିଶୋର ନାଏକ ଉଚ୍ଚଳା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.