ବୀରମିତ୍ରୌଦୟ ସିଂହଦେବଙ୍କ ୧୫୧ତମ ଜୟନ୍ତୀ ପାଳନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଆଜି ବୀରମିତ୍ରୌଦୟ ସିଂହଦେଵ ଙ୍କ ୧୫୧ ତମ ଜୟନ୍ତୀ ଅବସରରେ ସୋନପୁର ରଜାପଡା ତଥା ଗାର୍ଲସ୍ ହାଇସ୍କୁଲ ଛକ ଠାରେ ଥିବା ତାଙ୍କର ପ୍ରତିମୂର୍ତ୍ତିରେ ସ୍ଥାନୀୟ ପୌର ପରିଷଦ ଓ ସହରର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ପୁଷ୍ପ ମାଲ୍ୟ ଓ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ରାଜା ପ୍ରତାପରୁଦ୍ର ସିଂହଦେଵ ଏବଂ ରାଣୀ ଅମୁଲ୍ୟମଣି ଦେବୀଙ୍କ ଜ୍ୟେଷ୍ଠ ସନ୍ତାନ ଭାବରେ ରାଜ ଉଆସରେ ୧୮୭୪ ମସିହା ଜୁଲାଇ ମାସଆଜିର ତିଥିରେ ସେ ଜନ୍ମ ଗ୍ରହଣ କରିଥିଲେ l ସୋନପୁର ଅଞ୍ଚଳ ତଥା ରାଜ୍ୟ ର ଶିକ୍ଷା କ୍ଷେତ୍ର ରେ ଉଲ୍ଲେଖନୀୟ ଭୂମିକା ରହିଥିବା ଏଭଳି ଏକ ମହାନ୍ ଅମର ଆତ୍ମାଙ୍କ ଜୟନ୍ତୀ ଅବସରରେ ତାଙ୍କର ସେହି ଅମୃତ ଅମ୍ଲାନ ସ୍ମୃତି ପ୍ରତି ଏଡିଏମ୍ ଙ୍କ ସମେତ ସମସ୍ତ ଅତିଥି ଭକ୍ତିପୂତ ଶ୍ରଦ୍ଧାସୁମନ ଜ୍ଞାପନ ପୂର୍ବକ ସ୍ମୃତି ଚାରଣ କରିଥିଲେ l ସୋନପୁର ର ଐତିହାସିକ ତଥା ଗବେଷକ ଡଃ ସୁଦାମ ନାଏକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରଜାବତ୍ସଳ ରାଜା ଶ୍ରୀ ସିଂହ ଦେଵଙ୍କ ଗୁଣ ଗାନ କରିଥିଲେ l ଜିଲ୍ଲା ସଚେତନ ନାଗରିକ ମଞ୍ଚ ସଭାପତି ସିତାଂଶୁ ଶେଖର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ, ପୌର ନିର୍ବାହୀ ଅଧିକାରୀ ଋଷି ମାଝୀ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜ୍ଜୁନ ମାଝୀ, ପୂର୍ବତନ ପୌର ଅଧ୍ୟକ୍ଷ ପ୍ରକାଶ ସାହୁ ଓ କଇଁରୁ ସ୍ୱାଇଁ, ବରିଷ୍ଠ ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ, ଦିଲ୍ଲୀପ ପାତ୍ର, ବରିଷ୍ଠ ନାଗରିକ କୃଷ୍ଣଚନ୍ଦ୍ର ବାଘ, ଡ଼ଃ ଆର୍ତ୍ତତ୍ରାଣ ବାବୁ, କାଉନସିଲର ପୀୟୂଷ ପଣ୍ଡା, ବନିତା ପଶାୟତ, ପ୍ରାକ୍ତନ କାଉନସିଲର ତ୍ରିଲୋଚନ ତରିଆ, ସଚେତନ ନାଗରିକ ଅକ୍ଷୟ କୁମାର ସେଠୀ, ଦୁଃଖିରାମ ନାୟକ, ଶ୍ରୀଧର ବାଘ, ମାଗୁଣି ସାହୁ, ପ୍ରଦୀପ ପୁରୋହିତ, ବିନୋଦ ମେହେର, ସନ୍ତୋଷ ପାଢ଼ୀ ପ୍ରମୁଖ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.