ଷ୍ଟିଅରିଂ ଛାଡ ଆନ୍ଦୋଳନ; ଚାରିଛକରେ ଧାରଣା ଦେଲେ ନର୍ଲା ଡ୍ରାଇଭର ସଂଘ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୬ ଦଫା ଦାବି ନେଇ ସାରା ରାଜ୍ୟରେ ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରି ରହିଥିବା ବେଳେ ନର୍ଲା ଡ୍ରାଇଭର ସଂଘ ଚାରିଛକରେ ଧାରଣାରେ ବସିଛନ୍ତି। କେବଳ ଓଏସଆରଟିସି ସରକାରୀ ବସ ଛଡା ଆଉ କୌଣସି ଗାଡି ରାସ୍ତାରେ ଚାଲୁନି। ରାଜ୍ୟ ଡ୍ରାଇଭର ସଂଘର ସଭାପତି ୬ ଦଫାର ଦାବୀ ପୂରଣ ନ ହେବା ଯାଏଁ ଏ ଧାରଣା ବଳବତ୍ତର ରହିବ ବୋଲି ଘୋଷଣା କରି ସାରିଛନ୍ତି। ରାଜ୍ୟର ପ୍ରତି ବ୍ଲକରେ ମଧ୍ୟ ଡ୍ରାଇଭର ମାନେ ଷ୍ଟିୟରିଂ ଛାଡ଼ି ଧାରଣାରେ ବସିଥିବା ବେଳେ ନର୍ଲା ବ୍ଲକ ଡ୍ରାଇଭର ସଂଘର ସଭାପତି ବିମନ୍ତ ପଧାନ ଓ ସମ୍ପାଦକ ଯଶୋବନ୍ତ ନିଆଲଙ୍କ ନେତୃତ୍ବରେ ଉପ ସଭାପତି ରବି ଧରୁଆ, ସହ ସମ୍ପାଦକ ପଙ୍କଜ ଜାଲ, କୋଷାଧ୍ୟକ୍ଷ ଧନେଶ୍ଵର ସାହୁଙ୍କ ନେତୃତ୍ବରେ ୨୦୦ ରୁ ଉର୍ଦ୍ଧ୍ବ ଡ୍ରାଇଭର ନର୍ଲା ଚାରି ଛକରେ ହାତରେ ପ୍ଲା କାର୍ଡ ଧରି ଧାରଣାରେ ବସିଥିବା ଦେଖିବାକୁ ମିଳୁଛି। ଡ୍ରାଇଭର ସଂଘର ୬ ଦଫା ଦାବୀ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ କରିବାର କ୍ଷମତା ପ୍ରଦାନ ପ୍ରକ୍ରିୟାକୁ ଡ୍ରାଇଭର ମହାସଂଘ ଦୃଢ଼ ବିରୋଧ କରୁଥିବା ବେଳେ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଓ ୱାର୍କର ବୋର୍ଡରେ ଡ୍ରାଇଭର ମାନଙ୍କୁ ସାମିଲ କରାଯାଉ। ଜନ ସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ତିଆରି କରାଯାଉ ଭଳି ୬ ଦଫାର ଦାବୀ ରହିଛି। ଏହା ଅନିର୍ଦ୍ଦିଷ୍ଟ କାଳ ପାଇଁ ରହିବ ବୋଲି ନର୍ଲା ଡ୍ରାଇଭର ସଂଘର ସଭାପତି ଶ୍ରୀ ପଧାନ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.