ଲାଞ୍ଜିଗଡ଼ ଠାରେ ୭ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):
ସରକାର ଶୁଣିଲେନି। ସମୟ ସୀମା ପାର ହେଲା। ରାସ୍ତାକୁ ଓହ୍ଲାଇଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭର ସଙ୍ଘ। ଏହାକୁ ନେଇ ଲାଞ୍ଜିଗଡ଼ ବେଦାନ୍ତ ଗେଟ୍ ସମ୍ମୁଖରେ ଲାଞ୍ଜିଗଡ଼ ଶାଖାର ଡ୍ରାଇଭରମାନେ ୭ ଦଫା ଦାବି ନେଉ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରୁଛନ୍ତି। ତେବେ ତାଙ୍କର ୭ ଦଫା ମଧ୍ୟରୁ ଡ୍ରାଇଭରଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଓ ୱାର୍କର୍ସ ୱେଲଫେୟାର ବୋର୍ଡରେ ଅଟୋ ଚାଳକଙ୍କୁ ସାମିଲ କରାଯାଉ। ଗାଡ଼ି ପାର୍କିଂ ଓ ଚାଳକଙ୍କ ବିଶ୍ରାମ ପାଇଁ ପ୍ରତି ଶହେ କି.ମି. ବ୍ୟବଧାନରେ ପାର୍କିଂସ୍ଥଳୀ ସହ ବିଶ୍ରାମଗୃହ କରାଯାଉ। ଓଡ଼ିଶାର ଖଣି ଖାଦାନରେ ଓଡ଼ିଶାର ୭୦ ପ୍ରତିଶତ ଚାଳକଙ୍କୁ କାମ କରିବାକୁ ସୁଯୋଗ ମିଳୁ।ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ। ଉକ୍ତ ସାତ ଦଫା ଦାବି ନେଇ ଆଜିଠୁ ଡ୍ରାଇଭର ମହାସଂଘର ଆନ୍ଦୋଳନ ହୋଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ କରିବ ଡ୍ରାଇଭର ମହାସଂଘ। ଏହି ଆନ୍ଦୋଳନ ସମୟରେ ଜରୁରୀ ସେବା ଛାଡି ଅନ୍ୟ ସବୁ ସେବା ବନ୍ଦ ରହିବ। ୭ ଦଫା ଦାବି ନେଇ ଡ଼୍ରାଇଭର ସଂଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହାର ସମ୍ପୁର୍ଣ୍ଣ ପ୍ରଭାବ ପଡ଼ିଛି ଲାଞ୍ଜିଗଡ ବ୍ଲକ ଠାରେ। ଆଜି ସକାଳ ଛଅଟା ସମୟରେ,ଡ଼୍ରାଇଭର ମହା ସଂଘ ଲାଞ୍ଜିଗଡ ଶାଖା ପକ୍ଷରୁ ବ୍ଲକ ସଭାପତି ଟଙ୍କଧର ଗଉଡ,ଉପସଭାପତି ହରପ୍ରସାଦ ଗଉଡ,ସମ୍ପାଦକ ଅକ୍ଷୟ ଦୋରା ନେତୃତ୍ୱରେ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ମେଟେରିଆଲ୍ ଓ ମୂଖ୍ୟ ଫାଟକରେ ଆନ୍ଦୋଳନ ଯୋଗୁଁ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.