ଧୋନୀଙ୍କ ୪୪ତମ ଜନ୍ମ ଦିବସରେ ଫ୍ୟାନ୍ସଙ୍କ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ମହେନ୍ଦ୍ର ସିଂହ ଧୋନୀ ଙ୍କ ୪୪ ତମ ଜନ୍ମ ଦିବସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ କେନ୍ଦ୍ର ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି । ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଦୁର୍ଗାଦତ୍ତ ଦାଶ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। କ୍ରିକେଟ ଜଗତର ଲୋକପ୍ରିୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଙ୍କ ପ୍ରଶଂସକ ଦୀନେଶ ମିଶ୍ର ଙ୍କ ତତ୍ବାବଧାନରେ ଦୀର୍ଘ ବର୍ଷ ଧରି ଏହି ରକ୍ତଦାନ ଶିବିର ଆୟୋଜନ କରାଯାଉଅଛି । ଏହି କାର୍ଯ୍ୟକ୍ରମକୁ ମନୋଜ ପଣ୍ଡା, ଫିରୋଜ ଝାଙ୍କର, ସନତ ପାତ୍ର, ରିଆଜ ଇସଲାମ, ଶୁଭ୍ର ରଞ୍ଜନ ସାହୁ, ଚନ୍ଦନ ମିଶ୍ର, ବିଭୂତି ନାଏକ ପ୍ରମୁଖ ସହଯୋଗ କରିଥିଲେ। ଟେକ୍ନିସିଆନ ଟିଟୁ ଭୋଇ, ଜଗତ ଦରୁଅନ୍, ସେବତୀ ମହାପାତ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ପ୍ରତି ବର୍ଷ ଏହି ରକ୍ତ ଦାନ ଶିବିରକୁ ଅୟୋଜନ କରି ଦୀନେଶ ମିଶ୍ର ତଥା ଧୋନୀ ଙ୍କ ପ୍ରଶଂସକ ଜନ୍ମ ବାର୍ଷିକୀ ଅସହାୟ ଙ୍କ ସେବାରେ ସମର୍ପିତ କରି ଧୋନୀ ଙ୍କ ପ୍ରତି ତାଙ୍କ ଭଲ ପାଇବା ଦ୍ଵି-ଗୁଣିତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.