ଡ୍ରାଇଭର ସଂଘର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ଡ୍ରାଇଭର ମହାସଂଘର ରାଜ୍ୟ ସଭାପତିଙ୍କ ନିର୍ଦେଶ କ୍ରମେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ୭ଦଫା ଦାବୀ ନେଇ ଡ୍ରାଇଭର ସଂଘର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରାଯାଇଛି । କଲ୍ୟାଣସିଂହପୁର ବ୍ଲକ ସଭାପତି ଗଜେନ୍ଦ୍ର ଗରଡ଼ିଆଙ୍କ ନେତୃତ୍ବରେ ବ୍ଲକର ୧୪ଟି ପଞ୍ଚାୟତର ଡ୍ରାଇଭର ପ୍ରମୁଖ ସ୍ଥାନୀୟ କାଳୀସୁନ୍ଦରୀ ମନ୍ଦିର ନିକଟରେ ଉପସ୍ଥିତ ରହି ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦେଇଛନ୍ତି । ଅନ୍ୟ ପଞ୍ଚାୟତର ଗାଡି ଚାଳକ ମାନେ ନିଜ ନିଜ ପଞ୍ଚାୟତରେ ରାସ୍ତାରେ ଧାରଣା ମଧ୍ୟ ଦେଉଛନ୍ତି । ବର୍ତ୍ତମାନ ୭ଦଫା ସେପ୍ଟେମ୍ବର ୧ତାରିଖ ଜାତୀୟ ଡ୍ରାଇଭର ଦିବସ ରୂପେ ପାଳନ, ଗାଡି ର କାଗଜ ପତ୍ର ଯାଞ୍ଚ କରିବା କ୍ଷମତା ପୁଲିସ କୁ ଦିଆନଯାଉ, ବୃତ୍ତିଗତ ଡ୍ରାଇଭର ଙ୍କୁ ୬୦ବର୍ଷ ବୟସରେ ସ୍ୱତନ୍ତ୍ର ଭତ୍ତା ପ୍ରଦାନ, ଗାଡି ଗୁଡିକ ପାର୍କିଂ ଓ ଡ୍ରାଇଭର ମାନଙ୍କ ବିଶ୍ରାମ ନେବା ପାଇ ପାର୍କିଂ ସହିତ ବିଶ୍ରାମଗାର ଓ ଷୌଚାଳୟ ବ୍ୟବସ୍ଥା ୧୦୦ମିଟର ବ୍ୟବଧାନ କରାଯାଉ, ଅଟୋ ଡ୍ରାଇଭର ଙ୍କୁ ସାମିଲ, ଜନ ସାଧାରାଣଙ୍କ ଆକ୍ରୋଶ ରେ ଶିକାର ହେଉଥିବା ଡ୍ରାଇଭର ସମାଜ ର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଖଣି ଖାଦାନ ଓ କାରଖାନା ଗୁଡିକରେ ଶତକଡା ୭୦ଭାଗ ଓଡିଶା ଡ୍ରାଇଭର ମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର କରିବା ଭଳି ଦାବିକୁ ନେଇ ଧାରଣା ଦେଉଛନ୍ତି । ସରକାର ଦାବୀ ଗୁଡିକ ପୂରଣ ନ କରିବା ପର୍ଯ୍ୟନ୍ତ ଧାରଣାରେ ବସିବୁ ବୋଲି ଚାଳକ ଉପସଭାପତି ମଧୁସୂଦନ କୌଶଲ୍ୟା କହିଛନ୍ତି । ସଭାପତି ଗଜେନ୍ଦ୍ର ଗରଡ଼ିଆ, ଉପସଭାପତି ମଧୁସୂଦନ କୌଶଲ୍ୟା, କୋଷାଧ୍ୟକ୍ଷ ନବଘନ ଦଣ୍ଡସେନା, ସମ୍ପାଦକ ତାଡିଙ୍ଗି ନାଗଭୂଷଣ, ଉପଦେଷ୍ଟା କୈଳାସ କାଶୀ ସମେତ ବ୍ଲକର ସମସ୍ତ ଡ୍ରାଇଭର ଉପସ୍ଥିତ ରହିଥିଲେ । ଏହି ପରିପେକ୍ଷୀରେ ଜିଲ୍ଲାର ସମସ୍ତ ବ୍ଲକ ରେ ଧାରଣା ଚାଲିଥିବା ନଜିର ରହିଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.