ନର୍ଲା: ୨ୟ ଦିନରେ ପହଞ୍ଚିଲା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବୁଧବାର ଦ୍ବିତୀୟ ଦିନରେ ପହଞ୍ଚିଛି ଡ୍ରାଇଭର ମହାସଂଘର ଆନ୍ଦୋଳନ। ୬ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଆହ୍ବାନକ୍ରମେ ନର୍ଲା ବ୍ଲକ ଶାଖା ପକ୍ଷରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଓ ଧର୍ମଘଟ କରାଯାଇଛି। ନର୍ଲା ବ୍ଳକ ଡ୍ରାଇଭର ସଂଘର ସଭାପତି ବିମନ୍ତ ପଧାନଙ୍କ ନେତୃତ୍ୱରେ ଉପସଭାପତି ରବି ଧରୁଆ, ସାଧାରଣ ସମ୍ପାଦକ ଯଶୋବନ୍ତ ନିଆଲ, ଯୁଗ୍ମ ସମ୍ପାଦକ ପଙ୍କଜ ଗଉଡ, କୋଷାଧ୍ୟକ୍ଷ ଧନେଶ୍ଵର ସାହୁ ଓ ସଂଘର ସଦସ୍ୟମାନେ ବ୍ଲକର ନର୍ଲା ଚାରିଛକ, ଛତିକୁଡା ଛକ, ରାକ୍ସି ପେଟ୍ରୋଲ ପମ୍ପ ଛକ ଓ ପଲମ ଛକରେ ଧାରଣାରେ ବସିଛନ୍ତି। ନର୍ଲା ଚାରିଛକରେ ୯ ଗୋଟି ପଞ୍ଚାୟତର ସଭାପତି, ଛତିକୁଡା ଛକରେ ୮ ଗୋଟି ପଞ୍ଚାୟତର ସଭାପତି, ରାକ୍ସି ଛକରେ ୪ ଗୋଟି ପଞ୍ଚାୟତର ସଭାପତି, ପଲମ ଛକରେ ମଧ୍ୟ ୪ ଗୋଟି ପଞ୍ଚାୟତର ସଭାପତି, କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିଛନ୍ତି। ଛତିକୁଡ଼ା ଛକରେ ସଂଘର ନର୍ଲା ବ୍ଲକ ସଭାପତି ବିମନ୍ତ ପ୍ରଧାନ, ଯୁଗ୍ମ ସମ୍ପାଦକ ପଙ୍କଜ ଗଉଡ, ରୁପ୍ରାରୋଡ ପଞ୍ଚାୟତ ସଭାପତି ବିଶ୍ବନାଥ ସା, ମାଣ୍ଡେଲ ସଭାପତି ଭିଷ୍ମ ମାଝୀ, ବଡ଼ଧାରପୁର ସଭାପତି କୃପାସିନ୍ଧୁ ସାହୁ, ଉଲିକୁପା ସଭାପତି ଚିନ୍ତାମଣି ଶବର, ନିଶାନପୁର ସଭାପତି ହୃଦାନନ୍ଦ ମାଝୀ, ଗାଡେବନ୍ଧ ସଭାପତି ଦିଲିପ ପଧାନ, ଘଣ୍ଟମାଳ ପଞ୍ଚାୟତ ସଭାପତି ଗଗନ ବିହାରୀ ସାହୁଙ୍କ ସମେତ ଶତାଧିକ ଡ୍ରାଇଭର ସାମିଲ ହୋଇଛନ୍ତି। ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ପରିବହନ ସେବା ଓ ଯାତ୍ରୀ ସେବା ପ୍ରଭାବିତ ହୋଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.