ନିଳାଦ୍ରୀ ବିଜେରେ ଅଘଟଣ: ରଥଚକ ତଳେ ଚାପି ହୋଇ ତରଭା ଏନ୍ଏସି ଉପାଧ୍ୟକ୍ଷ ଗୁରୁତର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ତରଭାର ଶ୍ରୀ ଦଧୂବାବନୀଉଙ୍କ ବାହୁଡ଼ା ଯାତ୍ରାରେ ଘଟିଛି ଅଘଟଣ। ଗତକାଲି ଶ୍ରୀ ଦଧିବାମନଜୀଉଙ୍କ ନିଳାଦ୍ରୀ ବିଜେ ଅର୍ଥାତ ରଥଟଣାର ଅନ୍ତିମ ଦିନ ସୋନପୁର ଜିଲ୍ଲା ତରଭା ଠାରେ ଏନଏଏସି ର ଉପାଧ୍ୟକ୍ଷ ଗଗନ ଅଗ୍ରୱାଲ ରଥଚକ ତଳେ ପଡ଼ି ଗୁରୁତର ଆହତ ହୋଇଛନ୍ତି। ପୂର୍ବଦିନ ରଥ ସୁନାରୀପଡ଼ାରେ ଥିବା ବେଳେ ଗତକାଲି ସନ୍ଧ୍ୟାରେ ରଥପଡ଼ାସ୍ଥିତ ରଥ ଖଳା ରେ ପହଞ୍ଚିବା ପାଖାପାଖି ଏହି ଘଟଣା ଘଟିଥିଲା। ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ଅନ୍ୟ ସ୍ଵେଚ୍ଛାସେବୀଙ୍କ ସହ ରଥ ସମ୍ମୁଖରେ ରହି ଶୃଙ୍ଖଳାର ସହ ରଥଟଣା ବ୍ୟବସ୍ଥା ବୁଝୁଥିଲେ। ରଥର ବ୍ରେକ୍ ପକାଯାଉଥିବା ବେଳେ କୌଣସି କାରଣ ବଶତଃ ଗଗନଙ୍କ ଡାହାଣ ଗୋଡ଼ ବ୍ରେକ୍ ଓ ରଥଚକ ମଧ୍ୟରେ ଚାପି ହୋଇଯାଇଥିଲା। ଏଥିରେ ତାଙ୍କର ନଳିଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି। ଶ୍ରୀ ଅଗ୍ରୱାଲ ରଥଚକ ତଳେ ପଡ଼ିଯିବା ଦେଖି ନିକଟରେ ଥିବା ସେଚ୍ଛାସେବୀ ରାମ ନାଏକ ଏବଂ କିଛି ସ୍ବେଛାସେବୀ ତାଙ୍କୁ ଟାଣି ଆଣିବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିବା ବେଳେ ଗଗନ ଗୁରୁତର ଆହତ ହେଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ ପରେ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ପରେ ବରଗଡ଼ର ବିକାଶ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ଉଚ୍ଚତର ଚିକିତ୍ସା ପାଇଁ କେୟାର ହସ୍ପିଟାଲ ଭୁବନେଶ୍ୱର ସ୍ଥାନାନ୍ତର କରଯାଇଥିବା ଜଣାପଡ଼ିଛି। ଏହି ଅଘଟଣକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ପ୍ରଶାସନିକ ଅବହେଳା କାରଣରୁ ଗତ ଦୁଇଦିନ ତଳେ ବିନିକାରେ ରଥଟଣା ସମୟରେ ଜଣେ ନାବାଳକ ପ୍ରାଣ ହରାଇଥିବା ବେଳେ ଆଜି ତରଭାରେ ଜଣେ ଗୁରୁତର ହେବା ଘଟଣାକୁ ବୁଦ୍ଧିଜୀବି ତଥା ସାଧାରଣରେ ପୋଲିସ ଓ ପ୍ରଶାସନକୁ ନିନ୍ଦା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.