କେନ୍ଦ୍ରୀୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶକଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): କେନ୍ଦ୍ରୀୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶକ-ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଶ୍ରୀ ସୁନୀଲ ସଚଦେବ ଓ କେନ୍ଦ୍ରୀୟ ପ୍ରକଳ୍ପ ମନିଟରିଂ ୟୁନିଟର ଶ୍ରୀ ସଚିନ କୁମାର ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଆକାଂକ୍ଷା ବ୍ଲକ୍ ଗୁମ୍ମା ଓ ଆର୍.ଉଦୟଗିରି କ୍ଷେତ୍ର ପରିଦର୍ଶନ କରିଥିଲେ । ସେ ମୁଖ୍ୟତଃ କେନ୍ଦ୍ର ସରକାର’ଙ୍କ ପକ୍ଷରୁ ବିଭିନ୍ନ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରୀ ହେଉଥିବା ସ୍ଥାନ ଗୁଡ଼ିକ ବୁଲି ଦେଖିଥିଲେ।

ସେହିପରି ଜିଲ୍ଲାର ଆର.ଉଦୟଗିରି ଆକାଂକ୍ଷା ବ୍ଲକ୍ ଅନ୍ତର୍ଗତ ଅବାରସିଂ ଓ ଶବରପଲ୍ଲୀ ଗ୍ରାମ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ବିଷୟରେ ବୁଲି ଦେଖିବା ସହ ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲେଚନା କରିଥିଲେ।

ସେହିପରି ଆକାଂକ୍ଷା ଗୁମ୍ମା ବ୍ଲକର ରାଗିଡି ଓ ତରଭା ଗ୍ରାମ ପଞ୍ଚାୟତରେ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ବିଷୟରେ ହିତାଧିକାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲେଚନା କରିଥିଲେ। ସେଠାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ ଯୋଜନା ବିଷୟରେ ସୂଚନା ପ୍ରଦାନ ଦେଇଥିଲେ।

ଯାହାକି “ଗୋଟିଏ ଦେଶ ଗୋଟିଏ ରାସନ୍ କାର୍ଡ” ମାଧ୍ଯମରେ ଭିଟାମିନ ଯୁକ୍ତ ଚାଉଳ ପ୍ରଦାନ ଓ ଉକ୍ତ ଚାଉଳକୁ କିପରି ବ୍ଯବହାର କରିବେ, ଖାଦ୍ୟଶସ୍ୟ ଗ୍ରହଣ ସମୟରେ କୌଣସି ସମସ୍ୟା ରହିଛି କି ଇତ୍ୟାଦି ବିଷୟରେ ହିତାଧିକାରୀଙ୍କ ସହିତ ଆଲେଚନା କରିଥିଲେ। ଏହା ସହିତ ଧାନ ସଂଗ୍ରହ କେନ୍ଦ୍ର ଯଥା ରାୟଗଡ଼ା ଓ ଗୁମ୍ମା ଲ୍ୟାମ୍ପ ପରିଦର୍ଶନ କରିଥିଲେ ।

ପରିଦର୍ଶନ କାର୍ଯ୍ୟକ୍ରମ ପରେ ନିର୍ଦ୍ଦେଶକ ଶ୍ରୀ ସଚାଦେବ ପାରଳାଖେମୁଣ୍ଡି ସ୍ଥିତ ଚାଉଳ ଗ୍ରହଣ ଡିପୋ ତଥା ନିୟନ୍ତ୍ରଣ ବଜାର କମିଟି ପରିଦର୍ଶନ କରି ଚାଉଳର ଗୁଣବତ୍ତା ଓ ପରିମାଣ ଯାଞ୍ଚ କରିଥିଲେ। ଗଜପତି ଜିଲ୍ଲାର ଆକାଂକ୍ଷା ବ୍ଲକ୍ ଗ୍ରସ୍ତ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସମ୍ପୁର୍ଣ୍ଣତା କାର୍ଯ୍ୟ ହୋଇଥିବା ଯୋଗୁଁ ସେ ଖୁସିବ୍ୟକ୍ତ କରିଥିଲେ।


ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗଜପତି ଜିଲ୍ଲାର ବିକାଶ ଆଗେଇ ଚାଲିଛି। ଆହୁରି ଅଧିକରୁ ଅଧିକ ଜିଲ୍ଲାକୁ ବିକାଶ କରିବା ପାଇଁ କିଭଳୀ କାର୍ଯ୍ୟ କରାଯିବ ସେ ନେଇ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କୁ ଭେଟି ସମସ୍ତ କ୍ଷେତ୍ର ପରିଦର୍ଶନ ବିଷୟରେ ଆଲୋଚନା କରିଥିଲେ।

ସେହିପରି ଶିକ୍ଷା, ସ୍ବାସ୍ଥ୍ୟ ଓ ପୋଷଣ, କୃଷି, ଜଳ ସମ୍ପଦ ଆର୍ଥିକ ଅନ୍ତର୍ଭୁକ୍ତକରଣ ଓ ଦକ୍ଷତା ବୃଦ୍ଧି ଓ ମୌଳିକ ଆବଶ୍ୟକତା ପୁରଣ ଓ ନୀତି ଆୟୋଗ ପକ୍ଷରୁ କାର୍ଯ୍ୟକାରି ହେଉଥିବା ବିକାଶ ମୂଳକ ଯୋଜନା ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଏତଦ୍ ବ୍ୟତୀତ ପିଏମ୍ ଜନମନ ଆବାସ ପ୍ରକଳ୍ପ , ମନରେଗା , ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ପରିମଳ ପ୍ରକଳ୍ପ , ଆୟୁଷ୍ମାନ ଭାରତ ଓ ପିଭିଟିଜି ପରିବାର ପ୍ରମୁଖ ଯୋଜନାର ଗୁଡ଼ିକ ବିଷୟରେ ମଧ୍ଯ ଆଲୋଚନା କରିଥିଲେ।

ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ପ୍ରକଳ୍ପ ପ୍ରଶାସକ, ଅତିରିକ୍ତ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ଶ୍ରୀମତୀ ସ୍ନେହାସିନୀ ବେହେରା, ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନାମୀ ମଣ୍ଡଳ, ଆର.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲାରୀମେନ୍ ଖର୍ସେଲ, ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ସମସ୍ତ ଯୋଗାଣ ନିରୀକ୍ଷକ ଓ ବ୍ଲକ୍ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.