ରବି ଋତୁ ପାଇଁ ବିହନ ଦାବି; ସଇଁତଳା ବ୍ଲକର ୬୦ ଗାଁରୁ କୃଷିମନ୍ତ୍ରୀଙ୍କୁ ପୋଷ୍ଟକାର୍ଡ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଳା ବ୍ଲକର ୧୨ଟି ପଂଚାୟତ ଅନ୍ତର୍ଗତ ୬୦ ଗ୍ରାମର ଚାଷୀମାନେ ଆଗାମୀ ରବି ଋତୁ ପାଇଁ ଠିକ ସମୟରେ ବିହନ ପ୍ରଦାନ କରାଯିବା ଦାବି କରି କୃଷିମନ୍ତ୍ରୀଙ୍କୁ ପୋଷ୍ଟ କାର୍ଡ ମାଧ୍ୟମରେ ଅବଗତ କରାଇଛନ୍ତି। ଗତ ବର୍ଷ ରବି ଋତୁରେ ବିହନ ବିଳମ୍ବରେ ପହଁଚିଥିବାରୁ ଅନେକ ଚାଷୀ ଦ୍ୱିତୀୟ ଫସଲ ଚାଷ କରିପାରି ନଥିଲେ। ଲୋକ ଉନ୍ନତି ସଂଗଠନର କର୍ମୀମାନେ ଏହି ଅଭିଯୋଗ ପରେ ଗ୍ରାମଗୁଡିକୁ ଯାଇ ଚାଷୀଙ୍କୁ ସଚେତନ କରିଥିଲେ। ଏହି ପରିପ୍ରେକ୍ଷିତିରେ କୁଇକେଡ଼ା, ଡେଙ୍ଗ, ଝିଙ୍କିଡୁଙ୍ଗୁରି ପୋଷ୍ଟ ଅଫିସରେ ଏହି ପୋଷ୍ଟ କାର୍ଡଗୁଡିକ ପଠାଯାଇଛି। ଏହି ପଦକ୍ଷେପରେ ଗୀତାଞ୍ଜଳି କୁମ୍ଭାର, ପରମେଶ୍ୱର ରଣା, ଜୟନ୍ତ ରଣା, ରଜନୀଗନ୍ଧା କୁଦେଇ, ଲଳିତା ରାଣୀ କୁମ୍ଭାର, ଆଲ୍ଲାଦିନୀ ରଣା ଓ ଅନ୍ୟାନ୍ୟ ଗ୍ରାମର ଚାଷୀମାନେ ସାମିଲ ହୋଇଥିଲେ। ଚାଷୀମାନେ ଦାବି କରିଛନ୍ତି ଯେ, ମୁଗ, ବିରି ଓ ଚଣା ବିହନ ଯଦି ଅକ୍ଟୋବର ୧୫ ମଧ୍ୟରେ ପ୍ରଦାନ କରାଯିବ, ତେବେ ସେମାନେ ଦ୍ୱିତୀୟ ଫସଲ ଚାଷରେ ଉପକୃତ ହେବେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.