ପଣ୍ଡ୍ରିଜୋର କେନ୍ଦୁପତ୍ର ଫଡ଼ିରୁ ଲକ୍ଷାଧିକ ଟଙ୍କାର ପତ୍ର ଚୋରୀ

ଓଡ଼ିଆ ବାର୍ତ୍ତା/ ବେଲପଡ଼ା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଳପଡ଼ା ଥାନା ଅନ୍ତର୍ଗତ ପଣ୍ଡ୍ରିଜୋର କେନ୍ଦୁପତ୍ର ଫଡ଼ି ରୁ ୯୦ ରୁ ଉର୍ଦ୍ଧ୍ବ ପ୍ୟାକେଟ ଗତକାଲି ଚୋରି ହୋଇଥିବା ଜାଣିବାକୁ ପାଇ ବେଲପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମଙ୍ଗଳବାର କଣ୍ଟାବାଞ୍ଜି ସ୍ଥିତ ଏଫସିଆଇ ଗୋଦାମ ସାମ୍ନା ରେ ଥିବା ମିସଚର ଫେକ୍ଟ୍ରି ରେ କେନ୍ଦୁପତ୍ର ଥିବା ଖବର ପାଇ ଚଢ଼ାଉ କରି କେନ୍ଦୁପତ୍ର ଜବତ ହୋଇଛି। ଫେକ୍ଟ୍ରି ରେ କାମ କରୁଥିବା ଦୁଇଜଣ ଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ। ପାଟଣାଗଡ଼ କେନ୍ଦ୍ର ଲିଫ ଡିଭିଜନ ର ଏସିଏଫ ପ୍ରଭାତୀ ସେଠ ଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ରେଞ୍ଜର ଓ କଣ୍ଟାବାଞ୍ଜି ବେଳପଡା ପୋଲିସ ଉକ୍ତ ଫେକ୍ଟ୍ରି ରେ ଚଢ଼ାଉ କରିଥିଲେ। ୯୦ ରୁ ଉର୍ଦ୍ଧ୍ବ ପ୍ୟାକେଟ ର କେନ୍ଦୁପତ୍ର ଥିବା ପ୍ୟାକେଟ କୁ ଜବତ କରିଥିବା ବେଳେ ଦୁଇ ଜଣ ଙ୍କୁ ଅଟକ ରଖି ତଦନ୍ତ କରୁଛି କଣ୍ଟାବାଞ୍ଜି ପୋଲିସ। ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି ଅନୁମାନ କରାଯାଉଛି। ସେପଟେ ଗତକାଲି ବେଳପଡ଼ା ଥାନା ଅଭିଯୋଗ ହୋଇଥିବା ବେଳେ କଣ୍ଟାବାଞ୍ଜି ରୁ ଦୁଇ ଜଣକୁ ନେଇ ବେଳପଡ଼ା ଥାନା କୁ ଗଲାପରେ ତଦନ୍ତ କରି ପୁରା ଘଟଣା ଜଣାପଡିବ ବୋଲି ଏନେଇ ସୂଚନା ଦେଇଛନ୍ତି ଏସିଏଫ ପ୍ରଭାତୀ ସେଠ। ସେପଟେ ପୋଲିସ ର ପ୍ରତିକ୍ରିୟା ମିଳିପାରିନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.