ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲାର ଉଦୀୟମାନ ଯୁବ ନେତା ସାଉଲ ମଙ୍ଗରାଜ ରାଜ୍ୟ କଂଗ୍ରେସ ଏସଇ ସେଲ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଶ୍ରୀ ମଙ୍ଗରାଜ ଛାତ୍ର ଜୀବନରୁ ରାଜନୀତିକୁ ଆସିଥିବା ବେଳେ ପୂର୍ବରୁ ଜୁନାଗଡ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି, କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି, ଜିଲ୍ଲା କିଶାନ ସଙ୍ଘ ସଭାପତି, ଜନ ସଂଗ୍ରାମ ସମିତି ସଭାସତି ପରି ଅନେକ ଗୁରୁତ୍ବପୁର୍ଣ ଦାୟୀତ୍ବ ତୁଲାଇ ସାରିଛନ୍ତି । ଗତ ବର୍ଷ ଜିଲ୍ଲାର ଚାଷୀ ସମସ୍ୟାକୁ ଗୋଲାମୁଣ୍ଡାରୁ ଭୁବନେଶ୍ବର ପର୍ଯ୍ଯନ୍ତ ଦିର୍ଘ ୪୫୦ କିଲୋମିଟର ୧୨ ଜଣ ସାଥିଙ୍କ ଧରି ପଦଯାତ୍ରା କରି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରି ଜିଲ୍ଲା ତଥା ସାରା ରାଜ୍ୟରେ ଚର୍ଚ୍ଚିତ ହୋଇଥିଲେ । କଳାହାଣ୍ଡି ଓ ନୂଆପଡା ପ୍ରଭାରୀ ବିଜୟା ନନ୍ଦ କାଉଳିଆ, ବରିଷ୍ଠ କଂଗ୍ରେସ ନେତା ଅଖିଳ ଭାତ୍ରା, ସୁରେଶ ରାଓ, ପ୍ରଭାତ ଦାସ, କମଲ ତାଣ୍ଡି, ନରହରି ବାଗ, ସୋମେଶ୍ୱର ମୁନି, ଅନିଲ ମଲ୍ଲିକ, ଲମ୍ବୁ ଜାଲ, ଓଡ଼ିଶା ସାମ୍ବାଦିକ ୟୁନିୟୁନ ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର ତଥା ବିଭିନ୍ନ ମହଲରୁ ଶ୍ରୀ ମଙ୍ଗରାଜଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।