ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା ପ୍ରାକ୍ତନ ଛାତ୍ର ସଂସଦର ପଞ୍ଚମ ବାର୍ଷିକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦ ତରଫରୁ “ପଞ୍ଚମ ବାର୍ଷିକ ମେଗା ସମ୍ମିଳନୀ-୨୦୨୫” ଏକ ବୈଭବମୟ କାର୍ଯ୍ୟକ୍ରମ ରୂପେ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ସହିତ ଏକ ସ୍ବତନ୍ତ୍ର ସମ୍ପର୍କ ଗଢ଼ି ତୋଳିବା, ଏବଂ ଏହି ମାଧ୍ୟମରେ ଜ୍ଞାନ, ଅଭିଜ୍ଞତା ଓ ସାଧନାର ଆଦାନ-ପ୍ରଦାନ ସ୍ଥାପିତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ଯ ରହିଥିଲା। ସମ୍ମିଳନୀଟି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଉଦଘାଟିତ ହୋଇ “ଛାତ୍ରଟିଏ ~ ବହିଟିଏ” ଅଭିଯାନ ଅନ୍ତର୍ଗତ ବିଶ୍ୱବିଦ୍ୟାଳୟର ମୁଖ୍ଯ ପାଠାଗାରରେ ଏକ ‘ଆଲୁମିନି ଲାଇବ୍ରେରୀ’ର ସ୍ଥାପନା କରାଯାଇଥିଲା। ପ୍ରାକ୍ତନ ଛାତ୍ରଛାତ୍ରୀମାନେ ଉତ୍ସାହିତ ଭାବରେ ପୁସ୍ତକ ଦାନ କରି ଏହି ଅଭିଯାନକୁ ସଫଳ କରିଥିଲେ। ଏହି ଉଦ୍ୟମ ମାଧ୍ୟମରେ ବିଶ୍ୱବିଦ୍ୟାଳୟ ପାଠାଗାର ଭଣ୍ଡାରକୁ ଅଧିକ ସମୃଦ୍ଧ ଓ ଅଭିଗମ୍ୟ କରିବା ପ୍ରତି ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି।

Omkar Vasthu
Omkar Vasthu

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରାକ୍ତନ ଛାତ୍ର ସଂସଦର ବାର୍ଷିକ ବୈଠକରେ ଆଇଟିଆର-ଡିଆରଡିଓର ଅତିରିକ୍ତ ନିର୍ଦ୍ଦେଶକ ଓ ଖ୍ୟାତିସମ୍ପନ୍ନ ବୈଜ୍ଞାନିକ ଡ଼ା. ନିଳାଦ୍ରୀ ରାଏ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ନିଜ ଉଦବୋଧନରେ ପୁରାତନ ଛାତ୍ରଛାତ୍ରୀଙ୍କ ଦାୟିତ୍ବ ଓ ଉତ୍ତରଦାୟିତ୍ବ ଉଦ୍ଦେଶ୍ଯରେ ଅନେକ ମୂଲ୍ୟବାନ ମନ୍ତବ୍ୟ ଓ ଉପଦେଶ ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ କୁଳପତି ନିଜ ଉଦବୋଧନ ପ୍ରଦାନ କରି, ପ୍ରାକ୍ତନ ଛାତ୍ର ସଂସଦର ବୌଦ୍ଧିକ ଓ ଆର୍ଥିକ ସହଯୋଗ ସହାୟତା ବିଶ୍ୱବିଦ୍ୟାଳୟକୁ ସବୁବେଳେ ଉର୍ଦ୍ଧ୍ବରେ ରଖିଛି। ଏଥିସହ ପୁରାତନ ଛାତ୍ର ସଂସଦକୁ ବିଶ୍ୱବିଦ୍ୟାଳୟର ତୃତୀୟ ସ୍ତମ୍ଭ ଭାବେ ପରିଗଣିତ କରିଥିଲେ। ବିଶିଷ୍ଟ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ବିଶ୍ୱବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ପ୍ରାକ୍ତନ ଛାତ୍ର ସଂସଦର ପ୍ରେସିଡେଣ୍ଟ ଡକ୍ଟର ଚୌଧୁରୀ ସତ୍ୟବ୍ରତ ନନ୍ଦ ଓ ସେକ୍ରେଟେରୀ ଡକ୍ଟର ଦେବଦତ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ନିଜର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ‘ବ୍ୟାସ ପ୍ରଜ୍ଞା’ ନାମକ ଆଲୁମିନି ନିଉଜ ଲେଟର ଉନ୍ମୋଚନ କରାଯାଇଥିଲା। ସେହିପରି ୨୭ ଜଣ ଯୋଗ୍ୟ ବୈଶିଷ୍ଟ୍ୟପୂର୍ଣ୍ଣ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କୁ ସମ୍ମାନପତ୍ର ସହ ସ୍ମୃତିଚିହ୍ନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।

Udyog Nursery
Udyogi Nursery

ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରେ ଓଡ଼ିଶୀ ନୃତ୍ୟ ଓ ଭଜନ ମାଧ୍ୟମରେ ଏହି ସମ୍ମିଳନୀ ଏକ ସାଂସ୍କୃତିକ ଉତ୍ସବର ଆକାର ନେଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଆଲୁମିନି ସଂସଦର ଭାଇସ ପ୍ରେସିଡେଣ୍ଟ ଡ଼କ୍ଟର ମିନତୀ ମିଶ୍ର ଓ ଧନ୍ୟବାଦ ଜଣାଇଥିଲେ ଯୁଗ୍ମ ସେକ୍ରେଟେରୀ ଡ଼କ୍ଟର ଜଗନ୍ନାଥ ବେହେରା।
ସୂଚନାଯୋଗ୍ଯ, ଆସନ୍ତା ୧୧ ଜୁଲାଇରେ ବିଶ୍ୱବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବତ୍କୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିସହ କୁଳପତି ପ୍ରଫେସର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ବିଶ୍ୱବିଦ୍ୟାଳୟର ପୁରୁଣା କ୍ୟାମ୍ପସରୁ ନୂଆପାଢ଼ୀ ପର୍ଯ୍ୟନ୍ତ ଏକ ସାଇକେଲ ରାଲି ଆୟୋଜିତ ହୋଇଥିଲା, ଓ ସେଥିରେ ୧୦୦ ରୁ ଅଧିକ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସାଇକେଲ ଚାଳନା ମାଧ୍ୟମରେ ପରିବେଶ, ଶାରୀରିକ-ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଓ ଅନ୍ଯାନ୍ଯ ଉପଯୋଗିତା ସଂପର୍କରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.