ରାୟଗଡ଼ା ଟେଲେଣ୍ଟ ଆୱାର୍ଡ଼ ସିଜନ୍-୨ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ାର ସାଇ ପ୍ରିୟା ନଗର ଦ୍ୱିତୀୟ ଲାଇନ୍ ମିନି ପାର୍କ ଠାରେ ରାୟଗଡ଼ା ଟେଲେଣ୍ଟ ଆୱାର୍ଡ଼ ସିଜନ୍ ଦୁଇ ୨୦୨୫ ପାଇଁ ପୁର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଥର ପାଇଁ ଏହା ବିଗତ ବର୍ଷ ଅଗଷ୍ଟ ୪ ତାରିଖ ୨୦୨୪ ରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ମଧ୍ଯ ଏହା ମାଁ ମଝିଘରିଆଣୀ ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ପକ୍ଷରୁ ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ଓ ପି.ଡି.ସି ଗ୍ରାଫୀ ସହଯୋଗରେ ଜୁଲାଇ ମାସ ୨୦ ତାରିଖ ଦିନ ରାୟଗଡ଼ାର ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିଅମ୍ ଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୁଚନା ପ୍ରଦାନ କରିଛନ୍ତି । ଏଥିରେ ବିଭିନ୍ନ କ୍ଷେତ୍ରରେ ସମାଜରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନ ପତ୍ର ପ୍ରଦାନ ସହ ଜିଲ୍ଳାର ବିଭିନ୍ନ ସ୍ତରର ଯୋଗ୍ୟ କଳାକାର ମାନଙ୍କୁ ପୁରସ୍କୃତ କରାଯିବ । ଜିଲ୍ଲାର କଳାକାର ମାନଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ସହ ଆଞ୍ଚଳିକ ଭାଷା କଳା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମ କରାଯିବାର ମୂଖ୍ୟ ଉଦ୍ଧେଶ୍ୟ ବୋଲି ମାଁ ମଝିଘରିଆଣୀ ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ର ମେନେଜିଂ ଟ୍ରଷ୍ଟି ତଥା ରାୟଗଡ଼ା ଜିଲ୍ଲା କଳାକାର ମହାସଂଘର ସଭାପତି ସନ୍ତୋଷ କୁମାର ବଛା ଜଣାଇଛନ୍ତି । ଆବେଦନ କାରୀ କଳାକାର ରାୟଗଡ଼ା ଜିଲ୍ଳାର ହୋଇଥିବା ଆବଶ୍ୟକ ଏବଂ ସେ mmet.org.in ୱେବ୍ ସାଇଟ୍ ମାଧ୍ୟମରେ ଆବେଦନ କରି ପାରିବେ, ଏଥିପାଇଁ ଶେଷ ତାରିଖ ଜୁଲାଇ ୧୨ ତାରିଖ ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.