ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବ୍ରଜବିହାର ଠାରେ ଗୁରୁପୂର୍ଣ୍ଣିମା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ମହର୍ଷି ବ୍ୟାସଦେବଙ୍କ ଜନ୍ମ ଉତ୍ସବ ଅବସରରେ ପାଳିତ ହୋଇଯାଇଛି ଗୁରୁପୂର୍ଣ୍ଣିମା। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଶିଶୁ ଭାଇଭଉଣୀ ଏବଂ ଦାୟିତ୍ୱ ନେଇଥିଲେ ବରିଷ୍ଠ ଗୁରୁଜୀ ଶିବ ପ୍ରଧାନ ଓ ଜୟରାମ ସାହୁ। ଆଜିର ଦିନର ମହତ୍ତ୍ୱ ଏବଂ ଗୁରୁ ବ୍ୟାସଦେବଙ୍କ ଲେଖନୀ ଉପରେ ଶିଶୁ ଅଭିଭାଷଣ ରଖିଥିଲେ ଦଶମ ଶ୍ରେଣୀର ଶିବାନନ୍ଦ ବାରିକ, ସାଇ ଅର୍ଣ୍ଣବ ଦାଶ ଏବଂ ଅଷ୍ଟମ ଶ୍ରେଣୀର ଅନନ୍ୟା ମିଶ୍ର। ମୁଖ୍ୟ ଅତିଥି ବନଶ୍ରୀ ଦାଶ ଗୁରୁପୂର୍ଣ୍ଣିମା ଉପରେ ଆଲୋକପାତ କରିଥିଲେ। ରଶ୍ମିରେଖା ସାମନ୍ତରାୟ ଏବଂ ଶିବାନନ୍ଦ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରଶ୍ମିତା ପଣ୍ଡା,  ରଶ୍ମିତା ମିଶ୍ର ଏବଂ ମୋନାଲି ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ସୁକାନ୍ତି ଗୌଡ଼।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.