ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତାରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି | ଛାତ୍ରୀ ଅମ୍ରିତା ରାଜପଲିଆ, ଛାତ୍ର ପରିତୋଷ ନାଏକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାର୍ଗବୀ ରାଜପଲିଆ, ବୈଜୟନ୍ତୀ ମହାକୁର, ଶ୍ରଦ୍ଧାଞ୍ଜଳି ଦାଶ, ଲକ୍ଷ୍ମୀ ନାଗ ପ୍ରମୁଖ ଶିକ୍ଷୟିତ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବର ତାତ୍ପର୍ଯ୍ୟ ବିଷୟରେ ବୁଝାଇଥିଲେ | ଲତିକା କଲେତ, ବର୍ଷାରାଣୀ ବୁଡ଼େକ ଗୁରୁ ବନ୍ଦନା ଗାନ କରିଥିଲେ | ୟଶରାଜ ଚାନ୍ଦ, ଅଦିତି ରାଜପଲିଆ, ଆଦିତ୍ୟ ବାଗ, ଶୋହନ କଲେତ, ଦିବ୍ୟଲକ୍ଷ୍ମୀ ଶତପଥି, ନେହାରିକା ଧରୁଆ, ସମ୍ୟାରାଣୀ ମେହେର, ଦୁର୍ବାଦଳ ସାହୁ, ରୁତ୍ୱୀକା ରାଜପଲିଆ, ଶୁଭମ ବାରିକ, ଆରୋହୀ ରାଜପଲିଆ, ବଙ୍କିମ ସାହୁ, ଅର୍ମାନ ବାଗ, ଦୀପକ କଲେତ, ପ୍ରିତମ କଏଣ୍ଡା, ଶୁଭଶ୍ରୀ ତାଣ୍ଡି, ଅମ୍ରିତ ମାହାର, ଯୋଗମୟ ବାଗ, କନିଷ୍କ ରାଜପଲିଆ, ସାନାୟା ବିଶ୍ୱାସ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ବନ୍ଦନା ରଣା ଅତିଥି ପରିଚୟ ଓ ସାବିତ୍ରୀ ରାଜପଲିଆ ଧନ୍ୟବାଦ ଅର୍ପଣ କରିଥିଲେ | ଶିକ୍ଷକ ନବକିଶୋର ନାଗ, ଦିଲ୍ଲୀପ ମିର୍ଦ୍ଧା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.