ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଅନଲାଇନ ମାଧ୍ୟମରେ ୧୫୨ ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ । ଜିଲା ସ୍ୱାସ୍ଥ୍ୟକେନ୍ଦ୍ରରୁ ବିଭିନ୍ନ ବିଭାଗର ୭ଜଣ ଡାକ୍ତର ଯଥା ଦୃଷ୍ଟି ଶକ୍ତି ବାଧିତ ଡାକ୍ତର ଏମ୍. ସୁରେଶ କୁମାର, ଶ୍ରବଣ ଶକ୍ତି ଡାକ୍ତର ସଂଘମିତ୍ରା ପାତ୍ର, ବାକ ଶକ୍ତି ଡାକ୍ତର ସୁପ୍ରଭା ପଣ୍ଡା, ବୌଧିକ ଅକ୍ଷମତା ଡାକ୍ତର ଏଲ.ପି.ଦାସ, ଅସ୍ଥିଶଲ୍ୟ ଡାକ୍ତର ବ୍ରଜେଶ ମେହେର, ଡାକ୍ତର ମମତା ଶତପଥୀ, ଡାକ୍ତର ଜଗନ୍ନାଥ ନାୟକ ପ୍ରମୁଖ ଉପସ୍ଥିତ ରହି ଭିନ୍ନକ୍ଷମ  ମାନଙ୍କୁ ପରିକ୍ଷା କରିଥିଲେ । ସେଥିରୁ ୨ ଜଣଙ୍କୁ ହୁଇଲ ଚେୟାର, ୨ ଜଣଙ୍କୁ ଟ୍ରାଇସାଇକଲ, ୩ ଜଣଙ୍କୁ ଟ୍ରେଚେସ୍ ପ୍ରଦାନ କରାଯାଇଛି । ବସ୍ ପାସ୍ ପାଇଁ ୨୧ ଜଣ, ୯ଜଣଙ୍କୁ ବାଣିଶ୍ରୀ ସ୍କୋଲାରସିପ ଓ ୩୦ ଜଣ ଙ୍କ ରାସନ କାର୍ଡରେ ଆଧାର ଲିଙ୍କ କରାଯାଇଛି । ଏଥିରେ ବିଡ଼ିଓ ମନୀଷା ଦାସ, ସହକାରି ଯନ୍ତ୍ରୀ ସବ୍ୟସାଚୀ ନାୟକ,  ବ୍ଲକ ଓ ଆଇସିଡିଏସ, ଅଙ୍ଗନବାଡି କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ରାୟଗଡା ଜିଲ୍ଲା ଭିନ୍ନକ୍ଷମ ଜିଲ୍ଲା ସମ୍ପାଦକ ଅମରେନ୍ଦ୍ର ନାଥ ସମେତ ଭିନ୍ନକ୍ଷମ କର୍ମକର୍ତ୍ତା, ଅଗ୍ନିଶମ ବାହିନୀ ଓ ପୁଲିସ ବିଭାଗ ଉପସ୍ଥିତ ରହିଥିଲେ । ଏହି ଶିବିରକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସିଂ ସାମନ୍ତ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.