ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା; ସନ୍ଦେହରେ ୨ ଅଟକ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଗଜବନ୍ଧ ପଂଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତମାନ ସରପଞ୍ଚ ଥିବା ବାସନ୍ତୀ କ୍ଷେତୀଙ୍କ ସ୍ବାମୀ ବଲ୍ଲଭ କ୍ଷେତିଙ୍କୁ ଗତ ରାତିରେ ଅତି ନିର୍ମମ ଭାବରେ ଖଣ୍ଡାରେ ହାଣି ହତ୍ୟା କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଗତ ସଂଧ୍ୟାରେ ଗଜବନ୍ଧ ଛକଠାରେ ତାଙ୍କର କେତେକ ବନ୍ଧୁମାନଙ୍କ ସହିତ ରାତି ପ୍ରାୟ ୯.୩୦ ପର୍ଯ୍ୟନ୍ତ ରହିଥିଲେ । ଫେରିବା ବେଳେ ସେ ଅନ୍ୟ ଜଣକୁ ତାଙ୍କ ଘରକୁ ଛାଡି ଆସି ନିଜ ଗ୍ରାମ ଗଜବନ୍ଧ ପଂଚାୟତ କେନ୍ଦୁପାଲିକୁ ବାଇକ ଯୋଗେ ଯାଉଥିବା ବେଳେ ରାତି ପ୍ରାୟ ୧୦ଟା ସମୟରେ ଗଜବନ୍ଧଠାରୁ ୨କିମି ଦୂର ବ୍ରାହ୍ମଣିପାଲି, ପଣ୍ଡରାପାଲି ଓ କେନ୍ଦୁପାଲି ଗ୍ରାମର ମଧ୍ଯ ଭାଗରେ ଥିବା ଛକ ନିକଟରେ କେତେ ଜଣ ଦୁବୃର୍ତ ଛପି ରହିଥିଲେ । ସେଠାରେ ପହଂଚିବା ପରେ ତାଙ୍କୁ ଅତର୍କିତ ଭାବରେ ଖଣ୍ଡାରେ ଆକ୍ରମଣ କରିବାରୁ ଖଣ୍ଡା ଚୋଟରେ ସେ ତଳେ ପଡି ଯାଇଥିଲେ । ଖବର ପାଇ ପରିବାର ଏବଂ ସଂପର୍କୀୟମାନେ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହି ଅଞ୍ଚଳରେ ତାଙ୍କ ବେଶ ଲୋକପ୍ରିୟତା ଥିବା ଜଣାପଡ଼ିଛି । ସେ ଜଣେ ପରୋପକାରୀ, ସଂଗଠକ, ମେଳାପୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି । ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ଉକ୍ତ ଘଟଣା ପରେ ରାମପୁର ପୁଲିସ ସନ୍ଦେହରେ ୨ଜଣକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ତାଙ୍କର ହତ୍ୟା କାଣ୍ଡକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି । କେତେକ ପୁର୍ବ ଶତୃତାରୁ ଏହା ଘଟିଥ‌ିବା ଆଲୋଚନା ହେଉଥିବା ବେଳେ ଆଉ କେତେକ ଜମିବାଡିକୁ ନେଇ ମଧ୍ଯ ନାନା କଥା ଶୁଣିବାକୁ ମିଳୁଛି । ସେ ବିଜେଡିର ଜଣେ ଆଗଧାଡିର ନେତା ଭାବରେ ଜଣାଶୁଣା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.