କାଙ୍କେରୀରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ଯୁବ ବ୍ୟାପାର ମନ୍ତ୍ରଣାଳୟ ଓ ଯୁବକ ସଂଘର ସଂଯୁକ୍ତ ଉଦ୍ୟମରେ ଜନସଚେତନା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରିଡା ମନ୍ତ୍ରଣାଲୟ ଅଧିନସ୍ତ ମେରା ୟୁବା ଭାରତ କଳାହାଣ୍ଡି ତଥା କାଙ୍କେରୀ ମା ଡୁମେର୍ ମୁଡେନ୍ ଯୁବକ ସଂଘ ର ଆନୁକୁଲ୍ୟରେ କାଙ୍କେରୀ ଠାରେ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲାଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଅତିଥି ଭାବେ ବି.ପି.ଏଚ୍.ଓ, ସି.ଏଚ୍.ସି ପର୍ଲା ଶ୍ରୀ ଚିତାନନ୍ଦ ପଣ୍ଡା, କାଙ୍କେରୀ ହସ୍ପିଟାଲ ଏମ୍.ଓ  ପ୍ରଦ୍ୟୁତ ରଞ୍ଜନ ସାହୁ, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟରୁ ଜିଲ୍ଲା ସଂଯୋଜକ ଦିବ୍ୟରଞ୍ଜନ ଯୋଷୀ ଏବଂ ଜିଲ୍ଲା ସଂଯୋଜକ ଓମେନ୍ ହବ୍ ଯୋଗିରାମ ବୁଦ୍ଧିଆ, ଯୁବକ ସଂଘ ପୂର୍ବତନ ସମ୍ପାଦକ ଲଳିତ କୁମାର ବାଗ ପ୍ରମୁଖ ଉପସ୍ଥିତ ରହି ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ଉପରେ ମତ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଯୁବକ ସଂଘର ସଭାପତି ମହେଶ୍ୱର ସୁନାନୀ, ଉପ ସଭାପତି ଛବିଲାଲ ଜଗତ, ସାଂସ୍କୃତିକ ସମ୍ପାଦକ ହିତେଶ ଜଗତ, ଲୋକନାଥ ସୁନାନୀ, ବରିଷ୍ଠ କାର୍ଯ୍ୟକର୍ତ୍ତା ସୁଧୀର ଜଗତ, ଉପେନ୍ଦ୍ର ଜଗତ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିରୁ ସ୍ୱେଚ୍ଛାସେବୀ ସୁଧୀର ଗୋପାଳ, ଭୀଷ୍ମ କୁମାରୀ ବାଗ, ବନ୍ଧିନୀ ମାଝୀ, ପଙ୍କଜିନୀ ମାଝୀ, ଚୁଲମଣି ମାଝୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ। ଏହି ଅବସରରେ କାଙ୍କେରୀ ସାନ ପାହାଡ ଠାରେ ଏକ୍ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.