ଯଶୋଦା ଯୋଜନା ଅନ୍ତର୍ଭୁକ୍ତି କରଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ଵାରା ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ଯଶୋଦା ଯୋଜନା ଅନ୍ତର୍ଭୁକ୍ତି କରଣ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ଯୋଜନା ବିଭାଗ ସମ୍ବିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଯଶୋଦା ଯୋଜନାର ରୂପ ରେଖ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା ଓ କିଶୋର ନ୍ୟାୟ ବୋର୍ଡ ସଦସ୍ୟା ରଞ୍ଜିତା ସାହୁ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଓ ଅଣ ଆନୁଷ୍ଠାନିକ ଅଧିକାରୀ ଗୌତମ ମହାପାତ୍ର ତାଲିମ ପ୍ରଦାନ କରିଥିଲେ। ଯଶୋଦା ଯୋଜନା ପିତାମାତା ଙ୍କୁ ହରାଇଥିବା ଶିଶୁ ଙ୍କ ବୈଷୟିକ, ବୃତ୍ତିଗତ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ଓ ପରାମର୍ଶ ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟାପକ ଆସିଡିଏସ ପରିଦର୍ଶିକା, ଆଇଟିଆଇ ଓ ପୋଲିଟେକନିକ କଲେଜ ପ୍ରତିନିଧି, ସଖି କାର୍ଯ୍ୟକର୍ତ୍ତା ଉତ୍କଳ ବଳାଶ୍ରମ୍ ର ଅଧ୍ୟକ୍ଷା ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟି ସଦସ୍ୟ ଶାନ୍ତନୁ କର୍ଣ୍ଣ, ଚାଇଲ ହେଲ୍ପ ଲାଇନ କୋଡ଼ିନେଟର ସୁଜିତ୍ କୁମାର ମିଶ୍ର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଥବିର କାଲସେ, ଅନିଲ ମହଲା, ସ୍ବାଗତ ରାଜ ମିଶ୍ର, ଜିତେନ୍ଦ୍ର ମଣ୍ଡଳ, ମୃତ୍ୟୁଞ୍ଜୟ ସାହୁ, କେଶବ ଚନ୍ଦ୍ର ମେହେର ସହଯୋଗ କରିଥିଲେ ଏବଂ ଶେଷରେ ରୁଦ୍ର ପ୍ରସନ୍ନ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.