ବିଧାୟକଙ୍କୁ ଭେଟିଲେ ସୋନପୁର କଲେଜର ପୁରାତନ ଛାତ୍ର ସଂଘ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁରର ଏକ ମାତ୍ର ୬୨ ବର୍ଷ ସର୍ବ ପୂରାତନ ସୋନପୁର କଲେଜ କୁ ସରକାରୀ ମାନ୍ୟତା ଦାବୀ ଜୋର ଧରିଛି। ପୂର୍ବ ସରକାର ରେ ବ୍ୟାପକ ରାଜନୈତିକ ଅବହେଳାର ଶିକାର ହୋଇଥିବା ସୋନପୁର କଲେଜ ର ଉନ୍ନତି ତଥା ସରକାରୀ ମାନ୍ୟତା ପାଇଁ ପୂରାତନ ଛାତ୍ର ସଙ୍ଘ ପକ୍ଷରୁ ପ୍ରସ୍ତୁତି ଜୋରଦାର କରିଛି ଦରକାର ହେଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଆଗକୁ ସଂଘ ପ୍ରସ୍ତୁତ ଅଛି। ଏ ନେଇ ସୋନପୁର କଲେଜର ପୁରାତନ ଛାତ୍ରଛାତ୍ରୀ ସଂଘର ସଭାପତି ପ୍ରଫୁଲ୍ଲ ରଥଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଦଳ ସୋନପୁର ବିଧାୟକ ନିରଞ୍ଜନ ପୂଝାରୀଙ୍କୁ ତାଙ୍କ ରାମପୁର ସ୍ଥିତ ବାସଭବନରେ ସାକ୍ଷାତ କରି କଲେଜର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ସୋନପୁର କଲେଜ କିପରି ସରକାରୀ ମାନ୍ୟତା ପାଇ ପାରିବ ସେ ଦିଗରେ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା। ଆଗାମୀ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବେ ବୋଲି ଶ୍ରୀ ପୂଜାରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହା ସହିତ ସୋନପୁର କଲେଜ ପରିସରରେ ଏକ ସୁନ୍ଦର ସଭାଗୃହ ନିର୍ମାଣ ପାଇଁ ଶ୍ରୀ ପୂଜାରୀ ପ୍ରତିଶ୍ରୁତି ଦେଇଥିଲେ। ସୋନପୁର କଲେଜରେ କେମିତି ପିଜି ଖୋଲିବ ତା’ର ଚେଷ୍ଟା ମଧ୍ୟ କରାଯିବ ବୋଲି ଆଲୋଚନା ହୋଇଥିବା ପ୍ରକାଶ କରିଛି ସଂଘ। ଉକ୍ତ ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଯୁଗ୍ମ ସଂପାଦକ ବିଶ୍ବବୀର ମିଶ୍ର, ଅଭିଷେକ ଶର୍ମା ଓ କାର୍ଯ୍ୟକାରିଣୀ ସଦସ୍ୟ ରାମଶଙ୍କର ଭୋଇ ପ୍ରମୁଖ ସାମିଲ ଥିଲେ। ସେପଟେ ଜିଲ୍ଳାର ସରକାରୀ ଦଳର ବିଧାୟକ ଇଂ ରଘୁନାଥ ଜଗଦଲା ପୁରାତନ ଛାତ୍ରଛାତ୍ରୀ ସଙ୍ଘର ଦାବୀ ଯତାର୍ଥ ଏବଂ ଏ ନେଇ ସେ ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ସହିତ କଥାବାର୍ତ୍ତା ହୋଇଥିବା ଏଵଂ ପୂର୍ବ ସରକାର ସମୟରେ ଅବହେଳିତ ଅବସ୍ଥାରେ ଥିବା ରାଜ୍ୟର ଆଉ କିଛି ମହାବିଦ୍ୟାଳୟ ଏକା ସାଙ୍ଗରେ ସରକାରୀ ମାନ୍ୟତା ପାଇବା ନେଇ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.